oom

ଆଇପିଏଲ୍‌ : ଦିଲ୍ଲୀକୁ ହରାଇ ପ୍ଲେ ଅଫ୍ ଆଶାରେ ହାଇଦ୍ରାବାଦ

jsmm

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଆଜି ଖେଳାଯାଉଥିବା ଚଳିତ ଆଇପିଏଲ୍‌ର ୪୭ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮୮ ରନ୍‌ରେ‌ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ। ଏହି ବିଜୟ ସହ ହାଇଦ୍ରାବାଦ ୧୦ ଅଙ୍କ ସଂଗ୍ରହ କରି ୬ଷ୍ଠ ସ୍ଥାନରେ ରହିଛି ।

ହାଇଦ୍ରାବାଦ ଦଳ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ଆଗରେ ୨୨୦ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା । ହାଇଦ୍ରାବାଦ ପକ୍ଷରୁ ଅଧିନାୟକ ଡେଭିଡ୍ ଓ୍ବାର୍ଣ୍ଣର ଓ ଋଦ୍ଧିମାନ ଶାହା ପ୍ରଥମ ଓ୍ବିକେଟ ଯୋଡ଼ିରେ ୧୦୭ ରନ କରି ଦଳକୁ ଏକ ମଜବୁତ ମୂଳଦୁଆ ଦେଇଥିଲେ। ଓ୍ବାର୍ଣ୍ଣର ୩୪ ବଲରେ ୬୬ ରନ କରିଥିବାବେଳେ ଋଦ୍ଧିମାନ ଶାହା ମାତ୍ର ୪୫ ବଲରେ ୮୭ ରନ କରିଥିଲେ । ମନୀଷ ପାଣ୍ଡେ ୪୪ ରନ ଓ କେନ ଓ୍ବିଲିୟମସନ ୧୧ ରନ କରି ଅପରାଜିତ ଥିଲେ। ଫଳରେ ଦଳ ୨୦ ଓଭରରେ ୨୧୯ ରନ କରିଥିଲା।

ଦ୍ବିତୀୟ ପାଳିରେ ଦିଲ୍ଲୀ ୨୨୦ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ୧୯ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୩୧ ରନ୍‌ କରି ପରାଜୟ ବରଣ କରିଛି । ପ୍ରଥମରୁ ଦିଲ୍ଲୀ ପକ୍ଷରୁ ଦୁର୍ବଳ ବ୍ୟାଟିଂ ଦେଖିବାକୁ ମିଳିଥିଲା ଶିଖର ଧାୱନ ଖାତା ନ ଖୋଲି ଆଇଟ ହୋଇଥିବା ବେଳେ ମାର୍କସ୍ ଷ୍ଟୋଇନିସ୍ ମାତ୍ର ୫ ରନ୍‌ କରି ଆଉଟ ହୋଇଥିଲେ । ଏହା ପରେ ଜଣଙ୍କ ପରେ ଜଣେ ବ୍ୟାଟ୍ସମ୍ୟାନ ଆଉଟ ହୋଇ ପ୍ୟାଭିଲିୟନକୁ ଫେରିଥିଲେ । ଦିଲ୍ଲୀ ପକ୍ଷରୁ ରିଷଭ ପନ୍ତ ସର୍ବାଧିକ ୩୬ ରନ୍‌ କରିଥିବା ବେଳେ ଅଜିଙ୍କ୍ୟ ରାହାଣେ ୨୬ ରନ୍‌ କରିଥିଲେ । ଫଳରେ ହାଇଦ୍ରାବାଦ ଏହି ମ୍ୟାଚକୁ ଏକ ବଡ ବ୍ୟବଧାନରେ ଜିତି ନେଇଥିଲା । ହାଇଦ୍ରାବାଦ ପକ୍ଷରୁ ରସିଦ ଖାନ ୩ଟି ୱିକେଟ ନେଇଥିବା ବେଳେ ଟି. ନାଟରାଜନ୍ ଓ ସନ୍ଦୀପ ଶର୍ମା ୨ଟି ୱିକେଟ ନେଇଥିଲେ । ସେହିପରି ଶାହାବାଜ ନାଦିମ, ବିଜୟ ଶଙ୍କର ଓ ଜସନ୍ ହୋଲ୍ଡର୍ ୧-୧ ୱିକେଟ ନେଇଥିଲେ ।

jittmm
Leave A Reply

Your email address will not be published.