ପୂର୍ବ ପୁରୁଷ ଜମିକୁ ନେଇ ବିବାଦ

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସେମିଲିଗୁଡା ତହସିଲ ଅନ୍ତର୍ଗତ ପାକଝୋଲା ଗ୍ରାମ ପଞ୍ଚାୟତର ବେହେରା ଗୁଡା ଗ୍ରାମର ସୁଂଗାଡି ଦାସୀ ଜମି ବେନିୟମରେ ହଡପ କରିଥିବା ଅଭିଯୋଗ ଆଣିଛନ୍ତି । ପୂର୍ବ ପୁରୁଷରୁ ସମୁଦାୟ ଦୁଇ ଏକର ଜମି ଜାତି ପରଜା ନାମରେ ପଞ୍ଜିକୃତ ହୋଇଥିଲା । ଏହି ଜମି ଦୀର୍ଘ ବର୍ଷ ହେବ ବିବାଦରେ ଥିବା ଦେଖିବାକୁ ମିଳୁଛି । ସୂଚନା ଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଉପଜିଲ୍ଲାପାଳଙ୍କ ନିକଟରେ ଜମି ହଡପକୁ ନେଇ ଅଭଯୋଗ ପତ୍ର ଦିଆଯାଇଥିଲା । ଏହାକୁ ଭିତ୍ତିକରି ଜିଲ୍ଲା କାର୍ୟ୍ୟାଳୟରୁ ତଦନ୍ତ ପାଇଁ ସେମିଲିଗୁଡା ତହସିଲଦାରଙ୍କୁ ଚିଠି କରାଯାଇଥିଲା । ପରେ ଜମିର ଡିମାରକେସନ ମଧ୍ୟ ହୋଇଥିବା ବେଳେ ଏ ବିଷୟରେ ତହସିଲଦାରଙ୍କୁ ପଚାରିବାରୁ ମୋ ନିକଟକୁ ଚିଠି ହସ୍ତଗତ ହାଇନାହିିଁ ବୋଲି ସେ କହିଛନ୍ତି । ପୁଣି ଆଜି ଦମନଯୋଡି ନାଲକୋ ଛକଠାରେ ଜମି ଡିମାରକେସନ ଥିବା ବେଳେ ବେହେରାଗୁଡା ଗ୍ରାମର ଗ୍ରାମବାସୀ ଆମର ଜମି ବୋଲି ଯୁକ୍ତି କରିଥିଲେ । ଉକ୍ତ ଘଟଣାରେ ସେମିଲିଗୁଡା ପୋଲିସ ପଂହଚି ଏହି ବିଷୟକୁ ସିଭିଲ କୋର୍ଟରେ ଆବେଦନ କରିବା ପାଇଁ ଲୋକଙ୍କୁ ବୁଝାସୁଝା କରିଥିଲେ । ପରିଶେଷରେ ଗ୍ରାମବାସୀ ଶାନ୍ତ ହୋଇଥିଲେ ଏବଂ ଏହି ଘଟଣାର ପ୍ରକୃତ ସତ୍ୟାସତ୍ୟ ଉପରେ ତଦନ୍ତ କରି ଉଭୟ ପକ୍ଷ ଡିମାରକେସନ କରାଯାଉ ବୋଲି ଜମି ମାଲିକ ଦାବି କରିଛନ୍ତି ।

Leave A Reply

Your email address will not be published.