csstore

ଗୁଡଭେଲା ସମ୍ବାଦ ସାହିତ୍ୟ ଘରର ବିଶ୍ୱ ପଖାଳ ଦିବସ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୁଡଭେଲା ବ୍ଲକ ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ତୋଷାଳୀ ବିଦ୍ୟାମନ୍ଦିର ତୁଷୁରା ଠାରେ ବିଶ୍ୱ ପଖାଳ ଦିବସ ସଭାପତି ଡ. ଶ୍ୟାମସୁନ୍ଦର ପ୍ରଧାନ ଓ ସଂପାଦକ ଡ. ହେମନ୍ତ କୁମାର ଦାଶଙ୍କ ନେତୃତ୍ୱରେ ବିଶ୍ୱ ପଖାଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ତୋଷାଳୀ ବିଦ୍ୟାମନ୍ଦିରର ପରିଚାଳନା ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏଥିରେ ସାହିତ୍ୟ ଘରର ସଦସ୍ୟ ସନ୍ତୋଷ କୁମାର ବେହେରା, ଭକ୍ତବନ୍ଧୁ ସାହୁ, ସୁଶୀଳ କୁମାର ଦାସ, ପ୍ରହଲ୍ଲାଦ ଦଣ୍ଡସେନା, ହରିଶଙ୍କର ବାଗ ତଥା ସଦସ୍ୟା ହୀରାବତୀ ସାହୁ, ବବିତା ନାୟକ, ତୃପ୍ତିମୟୀ ତ୍ରିପାଠୀ ସାମିଲ ହୋଇ ପଖାଳ ଖାଇ ବିଶ୍ୱ ପଖାଳ ଦିବସ ପାଳନ କରିଥିଲେ । ଶେଷରେ ସମ୍ବାଦ ପ୍ରତିନିଧି ତଥା ସମ୍ବାଦ ସାହିତ୍ୟ ଘର ସଂଯୋଜକ ଅରବିନ୍ଦ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.