pakka

କେନ୍ଦ୍ର ଜଳସମ୍ପଦ ଓ ଆଦିବାସୀ ମନ୍ତ୍ରୀଙ୍କ ଦିନିକିଆ କନ୍ଧମାଳ ଗସ୍ତ

bbehera

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କେନ୍ଦ୍ର ଜଳସମ୍ପଦ ଓ ଆଦିବାସୀ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଦିନିକିଆ କନ୍ଧମାଳ ଗସ୍ତ । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ୍‌ର ମୁଣ୍ଡିଗଡ଼ ମାନସିଂ ମିନି ଷ୍ଟାଡିୟମରେ ବାୟୁସେନା ହେଲିକେପ୍ଟରରେ ପହଁଚି ମୁଣ୍ଡିଗଡରେ ଏକଲବ୍ୟ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ କରିବା ସହ ସାଧାରଣ ସଭାରେ ଯୋଗ ଦେଇଥିଲେ ମନ୍ତ୍ରୀ । ଏହାପରେ ଜଲେଶପଟ୍ଟା ସଂସ୍କୃତ ଆଶ୍ରମରେ ପହଞ୍ଚି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଆଶ୍ରମ ପରିଦର୍ଶନ କରିଥିଲେ । ଏହାପରେ ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାର ବିଭିନ୍ନ ଅଧିକାରୀଙ୍କ ସହ କୁଟିଆ କନ୍ଧ ଉନ୍ନୟନ ସମିତିର ସମୀକ୍ଷା ବୈଠକ କରି ଫେରିଛନ୍ତି ମନ୍ତ୍ରୀ ।

jay balangir
Leave A Reply

Your email address will not be published.

ten + 14 =