jsm

ଗ୍ରାମ୍ୟ ଜଳ ଓ ପରିମଳ କମିଟି ଗଠିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ କଂସର ଗ୍ରାମ ପଞ୍ଚାୟତର କଂସର ଗ୍ରାମରେ ଗ୍ରାମ୍ୟ ଜଳ ଓ ପରିମଳ କମିଟି ଗଠନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ କଂସର ଗ୍ରାମ ପଞ୍ଚାୟତ ସରପଞ୍ଚ ଆନନ୍ଦ କୁମାର ବେହେରା ସଭାପତିତ୍ୱ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ନିୟତୀ ପାଉଣ୍ଡେସନ ଭୁବନେଶ୍ଵର ତରଫରୁ ଜଳ ଜୀବନ ମିଶନ ଜିଲ୍ଲା ସଂଯୋଜକ ଝସକେତନ ଦୀପ, ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ ରାଜବୋଡାସମ୍ବର ବ୍ଲକ କୁମରମଣୀ ନାଏକ, ପ୍ରକୃତି ବନ୍ଧୁ ମୀନକେତନ ସାହୁ, ସାମାଜିକ କର୍ମୀ ରାଜକୁମାର ସେଠ, ନାରୀ ନେତ୍ରୀ ଭୂମିସୂତା ମେହେର ପ୍ରମୁଖ ଯୋଗଦେଇ ପାନୀୟ ଜଳ ଯୋଗାଣ, ଜଳର ସୁବିନିଯୋଗ, ପରିମଳ ବ୍ୟବସ୍ଥା ସଂପର୍କରେ ବିସ୍ତୁତ ଆଲୋଚନା କରିଥିଲେ । ଉପସ୍ଥିତ ପୁରୁଷ ମହିଳାମାନଙ୍କ ମଧ୍ୟରେ ଏକ ପନ୍ଦର ଜଣିଆ ଗ୍ରାମ୍ୟ ଜଳ ଓ ପରିମଳ କମିଟି ଗଠନ କରାଗଲା । ଶ୍ରୀ ଆନନ୍ଦ କୁମାର ବେହେରାଙ୍କୁ ଗ୍ରାମ୍ୟ ଜଳ ଓ ପରିମଳ କମିଟିର ସଭାପତି ଭାବେ ମନୋନୀତ କରାଗଲା । ସରପଞ୍ଚ ଆନନ୍ଦ କୁମାର ବେହେରା କଂସର ଗ୍ରାମ ପଞ୍ଚାୟତକୁ ଏକ ଆଦର୍ଶ ଗ୍ରାମ ପଞ୍ଚାୟତରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଥିଲେ । ସଭାରେ କଂସର ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମର ମହିଳା ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.