pakka

ବିଭିନ୍ନ ୱାର୍ଡରୁ ଜଳ ନିଷ୍କାସନ ପାଇଁ ପ୍ରୟାସ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ରହିଥିବା ଯୋଶଦା ମହାବିଦ୍ୟାଳୟଠାରୁ ତ୍ରିବେଣୀ ମଠ ଛକ ମଧ୍ୟରେ ରହିଥିବା ମୁଖ୍ୟ ନାଳର ପୁନରୁଦ୍ଧାର ହୋଇନାହିଁ । ଫଳରେ ନାଳ ମଧ୍ୟରେ ଗଛଳତା ଉଠି ରହିଥିବା ଯୋଗୁଁ ଠିକ୍‌ ଭାବେ ଜଳ ନିଷ୍କାସିତ ହୋଇପାରୁ ନଥିବା ଲକ୍ଷ କରାଯାଇଛି । ଯାହାକୁ ନେଇ ସହରାଞ୍ଚଳରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନାଳ ନର୍ଦ୍ଧମା ସଫା ହୋଇନଥିବା ଫଳରେ ବିଭିନ୍ନ ୱାର୍ଡରେ ବର୍ଷାଜଳ ନିଷ୍କାସିତ ହେବାରେ ସମସ୍ୟା ସୃଷ୍ଟି ହୋଇଛି । ଯୁବନେତା ସୁଧିର କୁମାର ପାଢୀ ଓ ମନୋଜ ପ୍ରଧାନ ଜେସିପିଙ୍କ ସାହାଯ୍ୟରେ ବିଭିନ୍ନ ୱାର୍ଡରେ ବର୍ଷା ଜଳ ନିଷ୍କାସିତ କରିବା ନେଇ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି । ସହରରେ ଅନେକ ୱାର୍ଡରେ ଜବର ଦଖଲ ଯୋଗୁଁ ଡ୍ରେନେଜ ବ୍ୟବସ୍ଥା ଅସଜଡା ହୋଇପଡିଛି । ଏନ୍‌ଏସି କର୍ତ୍ୟୁପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ସହରାଞ୍ଚଳରେ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆଣିବା ସହ ମୁଖ୍ୟ ନାଳର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବା ନେଇ ବୁଦ୍ଧିଜୀବୀ ମହଲରେ ଦୃଢ଼ ଦାବୀ ହେଉଛି ।

Leave A Reply

Your email address will not be published.

14 + 6 =