pakka

ରାଉରକେଲା ରେଲୱେ ଡିଭିଜନ ଆକ୍ସନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସଂପ୍ରତି ରାଉରକେଲାଠାରେ ରେଳ ଡିଭିଜନ କରିବା ପାଇଁ ବିଭିନ୍ନ ସାମାଜିକ ଓ ରାଜନୈତିକ ଦଳ ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟରେ ଦାବୀ କରିଆସୁଛନ୍ତି । ଏହି ଦାବୀ ସହ ଅନ୍ୟାନ୍ୟ ଦାବୀ ନେଇ ରାଉରକେଲା ରେଲୱେ ଡିଭିଜନ ଆକ୍ସନ କମିଟିର ଆବାହକ ସୁମନ ଦତ୍ତଙ୍କ ନେତୃତ୍ବରେ ଏକ ଦଳ ଝାରସୁଗୁଡା ଯାଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ଦତ୍ତଙ୍କ ଆବାହକତ୍ବରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସେକ୍ଟର ୫ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ଆଲୋଚନା କରାଯାଇ କିଛି ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତି ଅନୁଯାୟୀ ରାଉରକେଲାରେ ରେଳ ଡିଭିଜନ ପାଇଁ ସହରର ତଥା ଜିଲ୍ଲାର ସମସ୍ତ ରାଜନୈତିକ ଦଳ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ନେଇ ଆସନ୍ତା ୨୧ତାରିଖ ଦିନ ପୂର୍ବାହ୍ନ ୧୦ଟାରେ ସେକ୍ଟର ୫ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହେବ । ଏଥିରେ ବନ୍ଧମୁଣ୍ଡା, ସିଭିଲଟାଉନସିପ, ରାଜଗାଙ୍ଗପୁର, ବଣେଇ, ବିରମିତ୍ରପୁର, ବିମଳାଗଡ ଆଦି ଅଂଚଳରୁ ପ୍ରତିନିଧିମାନଙ୍କୁ ସାମିଲ କରିବା, ପୂର୍ବତଟ ରେଳବାଇ ଆରମ୍ଭ ଦିନରୁ କେତେ ରାଜସ୍ୱ ଆଦାୟ ଏହିଠାରୁ ହେଉଛି ଓ ଆମେ କେତେ ଉପକୃତ ହୋଇପାରିଛୁ, ସେ ସଂପର୍କରେ ଆଲୋଚନା ଓ ରାଉରକେଲାରେ ରେଳ ଡିଭିଜନ ନେଇ ବିଭିନ୍ନ ରାଜନୈତିକ ଦଳର ଆଭିମୁଖ୍ୟ ସହ ସେହିଦିନ ଏକ ସର୍ବସମ୍ମତ କ୍ରମେ କମିଟି ଗଠନ କରାଯାଇ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ସମସ୍ତ ରାଜନୈତିକ ଓ ସାମାଜିକ ଅନୁଷ୍ଠାନର ନେତୃବୃନ୍ଦଙ୍କୁ ଏହି ବୈଠକରେ ଯୋଗ ଦେବା ପାଇଁ କମିଟି ତରଫରୁ ଅନୁରୋଧ କରାଯାଇଛି । ଆଜିର ଏହି ବୈଠକରେ ଆବାହକ ଶ୍ରୀ ଦତ୍ତଙ୍କ ବ୍ୟତୀତ ସର୍ବଶ୍ରୀ ଆର୍ତ୍ତତ୍ରାଣ ମହାରଣା, ପଶୁପତିନାଥ ଚାଟାର୍ଜୀ, ସଂଗ୍ରାମ କେଶରୀ ମହାନ୍ତି, ସୁପ୍ରତିକ ମିଶ୍ର, ହରିହର ବେହେରା, ରଂଜନ ଲେଙ୍କା, ଦିଗମ୍ବର ମହାନ୍ତି, ଆନନ୍ଦ ଚନ୍ଦ୍ର ମହାନ୍ତି, ସଂଜୀବ ନାୟକ ଓ କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

12 − seven =

error: Content is protected !!