ମାସେରୁ ଅଧିକ ହେଲା ମହଲାଇ ଗାଁରେ ଜଳ ଯୋଗାଣ ବନ୍ଦ ଥିବା ଅଭିଯୋଗ : ଗାଁ ବାହାର ଏକମାତ୍ର ନଳକୂଅ ଭରସାରେ ଗ୍ରାମବାସୀ

ଦେଓଗାଁ, (ମନୀଷ କୁମାର ସାହୁ) : ବର୍ଷା ମାସରେ ଗୋଟିଏ ମାସରୁ ଅଧିକ ଦିନ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ରହିଛି । ଫଳରେ ଗ୍ରାମବାସୀ ଗାଁ ବାହାରେ ଥିବା ଏକ ନଳ କୂଅର ପାଣି ନେଇ ବ୍ୟବହାର କରୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦେଓଗାଁ ବ୍ଲକ ମହଲାଇ ଗାଁରେ । ପ୍ରକାଶ ଯେ, ୮ ଶହରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ପଞ୍ଚାୟତର ମୁଖ୍ୟ ଗାଁ ହେବା ସତ୍ୱେ ପାନୀୟ ଜଳ ପାଇଁ ଗ୍ରାମବାସୀ ଏଭଳି ଅସୁବିଧାର ସମ୍ମୁଖିନ ହେବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଳ ଯୋଗାଣ ବନ୍ଦ ହୋଇଥିବାରୁ ଗ୍ରାମବାସୀ ଗାଁରୁ ୮ଶହ ମିଟର ଦୂରବର୍ତ୍ତୀ ଏକ ନଳକୂଅରୁ ପାଣି ସଂଗ୍ରହ କରୁଛନ୍ତି । ଜଳ ଯୋଗାଣ ବନ୍ଦ ହେବା ଯୋଗୁଁ ଗାଁ ଲୋକେ ସ୍ଥାନୀୟ ସରପଞ୍ଚ ତଥା ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନେଉନଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି । ଗାଁକୁ ଯଥାଶୀଘ୍ର ପାନୀୟ ଜଳ ଯୋଗାଣ କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.

six + 3 =