csstore

ଉଦ୍‌ଯାପିତ ହେଲା ଜାଗର ଯାତ୍ରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପବିତ୍ର ମହାଶିବରାତ୍ରି ଜାଗର ଯାତ୍ରା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଗଞ୍ଜାମ ସହରାଞ୍ଚଳ ଓ ଗ୍ରାମାଞ୍ଚରେ ରହିଥିବା ବିଭିନ୍ନ ଶୈବପୀଠମାନଙ୍କରେ ଶ୍ରଦ୍ଧାଳୁମାନେ ରାତ୍ର ଉଜାଗର ରହି ମହାଦୀପ ଅବଲୋକ କରବା ସହ ମହାଦେବଙ୍କୁ ଆରାଧାନା କରିଛନ୍ତି । ବିଭିନ୍ନ ଶିବ ମନ୍ଦିରମାନଙ୍କୁ ରଙ୍ଗବେରଙ୍ଗର ଆଲୋକ ମାଳାରେ ସୁସଜ୍ଜିତ କରାଯାଇଥିବା ବେଳେ ଭକ୍ତମାନଙ୍କ ଭିଡ଼ ଯୋଗୁଁ ମନ୍ଦିର ପରିସର ଚଳ ଚଞ୍ଚଳ ହୋଇଉଠିଥିଲା । ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷ ମନ୍ଦିର ପରିବେଶରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆଗଡ଼ ନିକଟସ୍ଥ ବଟେଶ୍ୱର ପ୍ରସିଦ୍ଧ ଶୈବପୀଠ ସମୁଦ୍ର ବେଳାଭୂମିରେ ସ୍ଥାନୀୟ ଉଦିୟମାନ ଯୁବ ବାଲୁକା ଶିଳ୍ପୀ ସଚ୍ଚିଦାନନ୍ଦ ପ୍ରଧାନ ମହାଦେବଙ୍କ ପ୍ରତିକୃତି ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବଟେଶ୍ୱର ଶୈବପୀଠ ସମେତ ବୋରିଗାଁ ସ୍ଥିତ ଝାଡେଶ୍ୱର, ପ୍ରୟାଗୀର ଅଳେଶ୍ୱର, ମାଳି ଜଗନ୍ନାଥପୁରର ବାଲି ଲୋକନାଥ, ସାତୁଳିର ମକରେଶ୍ୱର, କଲ୍ୟାଣପୁର ଗ୍ରାମର ରାମେଶ୍ୱର ସେହିପରି ଗଞ୍ଜାମ ସହରର ଖଣ୍ଡେଶ୍ୱର, କାଶୀବିଶ୍ଵନାଥ, ରାମେଶ୍ୱର ପ୍ରମୁଖ ସମସ୍ତ ମହାଦେବ ମନ୍ଦିରମାନଙ୍କରେ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

jayashree
Leave A Reply

Your email address will not be published.