
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଗୋଟିଏ ଦିନରେ ଚଢାଉ କରି ଜିଲ୍ଲା ପୋଲିସ ପକ୍ଷରୁ ବିନିକା, ଉଲୁଣ୍ଡା ଓ ତରଭା ଥାନା ଅଞ୍ଚଳରେ ମୋଟ ୫ କୁଇଣ୍ଟାଲ ୭୫ କେଜି ଗଞ୍ଜେଇ ଜବତ କରାଯାଇଛି । ଗଞ୍ଜେଇ ଚୋରାଚାଲାଣରେ ବ୍ୟବହୃତ ୨ ଗୋଟି ଦାମୀ କାର ଓ ଗୋଟିଏ ବୁଲେଟ୍ ଜବତ କରିଥିବା ବେଳେ ଗଞ୍ଜେଇ ଚାଲାଣକାରୀ ଓ ଡ୍ରାଇଭର ଫେରାର ମାରିଛନ୍ତି । ଏହି ସମ୍ପର୍କରେ ବିନିକା, ଉଲୁଣ୍ଡା ଓ ତରଭା ଥାନାରେ ପୃଥକ୍ ପୃଥକ୍ ୩ ଗୋଟି ମାମଲା ରୁଜୁ ହୋଇଛି । ଜବତ ଗଞ୍ଜେଇର ବଜାର ମୂଲ୍ୟ ପ୍ରାୟ ୫ କୋଟି ୭୫ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଏସ୍ପି ନାୟକ ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ।
