csstore

ଆମ ଆଦମୀ ପାର୍ଟି ଅତାବିରା ବିଧାନସଭା ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ଅତାବିରା, (ମୋହନ ସାହୁ) : ଆଜି ଅତାବିରା ଉଗ୍ରସେନ ଭବନ ଠାରେ ଅତାବିରା ବିଧାନସଭାର ସଭାପତି ଜୟକ୍ରିଷ୍ଣା ଛୁରିଆଙ୍କ ସଭାପତିତ୍ୱରେ ଆମ ଆଦମୀ ପାର୍ଟି ଅତାବିରା ବିଧାନସଭା ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ ସହ ପ୍ରଭାରୀ ଟିଙ୍କୁ ରାଜୋରା ଜି ସାମିଲ ହୋଇଥିଲେ । ପ୍ରାୟ ୨୫୦ରୁ ୩୦୦ ଲୋକ ସାମିଲ ହୋଇ ଦଳର ଆଗାମୀ କାର୍ଯ୍ୟକ୍ରମ ବାବଦରେ ରଣନୀତି ପ୍ରସ୍ତୁତ କରିଥିଲେ । ସହ ପ୍ରଭାରୀ ଟିଙ୍କୁ ଜି ଆଗାମୀ ୨୦୨୭ ଜିଲ୍ଲା ପରିଷଦ ସରପଞ୍ଚ ସମିତି ମେମ୍ବର ନିର୍ବାଚନରେ ଆପ ଦଳ ଓଡିଶାରେ ମଜବୁତ ସହିତ ଲଢିବାକୁ ଦିଲ୍ଲୀରୁ କେଜ଼୍ରିୱାଲ ସନ୍ଦେଶ ଦେଇଥିବା ଘୋଷଣା କଲେ ଏବଂ ଅକ୍ଟୋବର ମାସରେ ଅରବିନ୍ଦ କେଜ଼୍ରିୱାଲ ଓଡ଼ିଶା ଆସୁଥିବା ସ୍ୱଷ୍ଟ କଲେ । ଏହି ସମାବେଶରେ ବିଜେପି ବିଜେଡି କଂଗ୍ରେସ ଦଳ ଛାଡି ଅନେକ କର୍ମୀ ଆପ ଦଳରେ ଆସ୍ଥାଭାଜନ କରି ଦଳର ସଦସ୍ୟତା ଗ୍ରହଣ କଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଗଠନ ସମ୍ପାଦକ ଭବାନୀ ପ୍ରସାଦ ସାହୁ, ଜିଲ୍ଲା ସଭାପତି ଯଦୁମଣି ପ୍ରଧାନ, ଅତାବିରା ଯୁବ ସଭାପତି ଧର୍ମରାଜ ମେହେର, ବ୍ଲକ ସମ୍ପାଦକ ସୂର୍ଯ୍ୟ ନାରାୟଣ ଭୋଇ ସୁବଳ କହର, ଗୌତମ ମହାନନ୍ଦ, ଚିତ୍ତ କହେଁଇ, ନରୋତ୍ତମ ପଣ୍ଡା, ସୁଯୋଗ ପଧାନ, ସୁରେନ୍ଦ୍ର ବାଗ, ସାମନ୍ତ ଭୁଏ, ଆଦିତ୍ୟ ପେରା, ଦୀନବନ୍ଧୁ ରନବିଡ଼ା, ସୁଜିତ୍ ମେହେର ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.