pakka

ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ

bbehera

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ପୋଲିସ ଶୁକ୍ରବାର ମଧ୍ୟରାତ୍ରିରେ ଚଢ଼ାଉ କରି ଏକ ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଜବତ କରିଥିବା ସୂଚନା ମିଳିଛି । ପିକ୍‌ଅପ୍ ଭ୍ୟାନ୍‌ରୁ ୧୧ଟି ଗୋରୁ ଉଦ୍ଧାର ହୋଇଛନ୍ତି । ଘଟଣାସ୍ଥଳରୁ ଗୋରୁ ବେପାରୀ ଓ ଡ୍ରାଇଭର ଫେରାର୍ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ନୀଳଗିରି ପୋଲିସ ପୂର୍ବରୁ ଜଗି ରହିଥିଲା । ଏକ ପିକ୍‌ଅପ୍ ଭ୍ୟାନ୍ ଦ୍ରୁତ ଗତିରେ ଯାଉଥିବା ବେଳେ ଗାଡିଟିକୁ ଅଟକାଇଥିଲା । ଗାଡିଟିକୁ ଯାଞ୍ଚ୍ କରିବାରୁ ୧୧ଟି ଗୋରୁ ବୋଝେଇ ହୋଇଥିବା ପୋଲିସ ଦେଖିବାକୁ ପାଇଥିଲା । ତେବେ ଘଟଣା ସ୍ଥଳରୁ ଗୋରୁ ବେପାରୀ ଓ ଡ୍ରାଇଭର ଖସି ପଳାଇଥିଲେ । ପୋଲିସ ଗାଡିଟିକୁ ଜବତ କରି ଥାନାରେ ରଖିବା ସହ ଗୋରୁଗୁଡିକୁ ପାଖ ଗୋଶାଳାରେ ଦିଆଯିବ ବୋଲି ଜଣାପଡିଛି ।

jay balangir
Leave A Reply

Your email address will not be published.

6 + 20 =