pakka

ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ସରିଲା

bbehera

ପୁରୀ : ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ସରିଲା । ନାଟମଣ୍ଡପ ଫାଟ ମରାମତି ସହ ଷ୍ଟେନଲେସ୍ ଷ୍ଟିଲ୍ ଭାରା ଦେବା କାମ ଶେଷ ହୋଇଛି । ଏନେଇ ଏଏସ୍ଆଇ ପୁରୀ ସର୍କଲ ଅଧିକାରୀ ସୂଚନା ଦେଇଛନ୍ତି । ଏଥିସହ ଆଗକୁ ସୁଯୋଗ ମିଳିଲେ ରତ୍ନ ଭଣ୍ଡାର ମରାମତିକୁ ଗୁରୁତ୍ୱ ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ସୂଚନା ଥାଉକି, ୨୦୧୮ରୁ ନାଟମଣ୍ଡପ ଅସୁରକ୍ଷିତ ହୋଇ ରହିଥିଲା । ପାଟ ଚିହ୍ନଟ ଓ ମରାମତି ଠିକ୍ ଭାବେ ହେଉନଥିଲା । ଘଟଣା ହାଇକୋର୍ଟକୁ ଯିବା ପରେ ଏଏସ୍ଆଇ ଓ ଶ୍ରୀମନ୍ଦିର ପ୍ରଶାସନ ନାଟମଣ୍ଡପ ସୁରକ୍ଷା ନିମନ୍ତେ ତତ୍ପରତା ଦେଖାଇଥିଲେ ।

jay balangir
Leave A Reply

Your email address will not be published.

12 − three =