jayashree

୬୦୦ ବୋତଲ କଫ ସିରଫ ଜବତ, ୨ ଯୁବକ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶା ସରକାରଙ୍କ ନିଶା ମୁକ୍ତ ଅଭିଯାନ ଆରମ୍ଭରୁ ତପ୍ତରତା ଦେଖାଇ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ । ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସ ୬୦୦ ବୋତଲ କଫ ସିରଫ ଜବତ କରିବା ସହ ୨ ଯୁବକ ତଥା ଉଭୟ ଭାଇଙ୍କୁ ବୁଧବାର ଦିନ ଗିରଫ କରିଛି । ଗିରଫ ଯୁବକମାନେ ହେଲେ ତରଭା ଥାନା ବଲାଡ଼ି ଗାଁର ଦେବେନ୍ଦ୍ର ପାତ୍ର(୩୦) ଏବଂ ସତ୍ୟଜିତ ପାତ୍ର(୩୨) । ଏନେଇ ଆଜି ଏସପି ନାରାୟଣ ନାୟକ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆହୂତ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କୌଣସି ସୂଚନାକୁ ଆଧାର କରି ତରଭା ପୁଲିସ ପକ୍ଷରୁ ଥାନା ଅଧିକାରୀ ଡୋଳାମଣି ନାଏକଙ୍କ ନିର୍ଦ୍ଦେଶ କ୍ରମେ ଖାରୀ ନିକଟସ୍ଥ ଡୁଙ୍ଗୁରିପାଲି ଛକରେ ଚଢ଼ର କରଯାଇ ବେଆଇନ କଫ ସିରଫ ଜବତ କରାଯାଇଛି । ଏନେଇ ତରଭା ଥାନାରେ ଏକ ମାମଲା ୩୩୪/୨୬ ଏନଡିପିଏସ ଆକ୍ଟରେ ରୁଜୁ କରାଯାଇ ଅଭିଯୁକ୍ତ ଦ୍ୱୟଙ୍କୁ ବୁଧବାର ଦିନ କୋର୍ଟଚାଲାଣ କରାଯାଇଥିବା ଏସପି ଶ୍ରୀ ନାୟକ କହିଛନ୍ତି ।

Leave A Reply

Your email address will not be published.