jayashree

ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀଙ୍କ ପରଲୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର କୋର୍ଟଷ୍ଟେସନ୍ ସାହିର ବାସିନ୍ଦା ତଥା ଗଞ୍ଜାମ ଜିଲ୍ଲା ହେଡ-କ୍ୱାର୍ଟରରେ ଦୀର୍ଘ ଦିନ ଧରି ଅବସ୍ଥାପିତ ହୋଇ କାର୍ଯ୍ୟ କରି ଆସିଥିବା ଅବସରପ୍ରାପ୍ତ ସହକାରୀ ଯୋଗାଣ ବିଭାଗ ଅଧିକାରୀ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ବୁଧବାର ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ତମାଳ ଲତା ପଟ୍ଟନାୟକ, ତିନିପୁଅ, ଦୁଇ ଝିଅ, ନାତି ନାତୁଣୀ, ବନ୍ଧୁବର୍ଗ, ପରିଜନ ସଭିଁଏ ଯୋଗଦେଇଥିବା ବେଳେ ଛତ୍ରପୁର ଠାରେ ତାଙ୍କରି ଅନ୍ତେଷ୍ଟି-କ୍ରିୟା ସମ୍ପନ୍ନ ହୋଇଥିଲା । ତାଙ୍କ ଜ୍ୟେଷ୍ଠ ପୁତ୍ର ଗଗନ ବିହାରୀ ପଟ୍ଟନାୟକ, ବୋହୂ ଗୀତାଞ୍ଜଳି ପଟ୍ଟନାୟକ, ମଝିଆ ପୁଅ ସମାଜସେବୀ ପୁଲିନ ବିହାରୀ ପଟ୍ଟନାୟକ, ବୋହୂ ପୂର୍ବତନ କାଉନସିଲର ଯାଜ୍ଞସିନୀ ସାମନ୍ତରାୟ ଓ କନିଷ୍ଠ ପୁତ୍ର ସମାଜସେବୀ ଅଟଳ ବିହାରୀ ପଟ୍ଟନାୟକ, ଝିଅ ମଧୁସ୍ମିତା ପଟ୍ଟନାୟକ ଓ ସସ୍ମିତା ମାହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଛତ୍ରପୁର ମ୍ୟୁନିସିପାଲିଟି ଅଞ୍ଚଳରେ ତାହାଙ୍କ ବିୟୋଗରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.