csstore

ଲାଠୋରରେ ବନ ବିଭାଗ ପକ୍ଷରୁ ଚଢାଉ : ବିପୁଳ ପରିମାଣରେ କାଠ ତିଆରି ସାମାଗ୍ରୀ ଜବତ ନେଇ ଡିଏଫ୍‌ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲାଠୋରରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣରେ କାଠ ତିଆରି ସାମାଗ୍ରୀ ଜବତ କରାଯାଇଥିବା ନେଇ ଡିଏଫ୍‌ଓ ନିତିଶ କୁମାର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇ ଲାଠୋର ରେଞ୍ଜର ବନ ଅଧିକାରୀମାନେ ଲାଠୋର ଗାଁର ଶଶି ମେହେରଙ୍କ ଘରେ ଚଢାଉ କରି ଗୋଟିଏ ପଲଙ୍କ, ୨୧ଟି ଟକ୍ ସାଇଜ୍, ସୋଫା ଚେୟାର, ଦୁଇଟି କଟିଙ୍ଗ୍ ମେସିନ୍, ଗୋଟିଏ ଡାଇନିଂ ଏବଂ ଗୋଟିଏ ଚା ଟେବୁଲ୍ ଜବତ କରିଥିଲେ ।

jayashree
Leave A Reply

Your email address will not be published.