ବିମାନବନ୍ଦରରୁ ୧୫ କେଜି ଗଞ୍ଜେଇ ଜବତ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ବିମାନବନ୍ଦରର କାର୍ଗୋ କମ୍ପ୍ଲେକ୍ସରେ ବିଭିନ୍ନ ଲଗେଜ୍‌ ଓ ପ୍ୟାକେଟ୍‌ ସବୁକୁ ସ୍କାନର୍‌ରେ ଯାଞ୍ଚ କରାଯାଉଥିଲା । ଏତିକିବେଳେ ଏକ ସନ୍ଦିଗ୍ଧ ପ୍ୟାକେଟ୍‌ ନଜରକୁ ଆସିଥିଲା । ତେଣୁ ସେହି ପ୍ୟାକେଟ୍‌କୁ ଭଲ ଭାବେ ଯାଞ୍ଚ କରାଯାଇଥିଲା ଏବଂ ସେଥିରେ ୧୫ କେଜି ଗଞ୍ଜେଇ ଥିବା ଜଣାପଡ଼ିଥିଲା । ଖବର ପାଇ କଷ୍ଟମସ୍‌ ବିଭାଗର ଅଧିକାରୀମାନେ ସେହି ପ୍ୟାକେଟ୍‌କୁ ଜବତ କରିଥିଲେ । ପ୍ୟାକେଟ୍‌ଟି ଭୁବନେଶ୍ୱରସ୍ଥିତ ଡିଟିଟିସି କୋରିଅର୍‌ ସଂସ୍ଥା ପକ୍ଷରୁ ମୁମ୍ବାଇ ପଠାଯାଉଥିଲା । ଏନେଇ କଷ୍ଟମସ୍‌ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.