om academy

କେନ୍ଦୁପତ୍ର ବୋଝେଇ ଟ୍ରକ୍ ଜବତ ସହ ୨ ଗିରଫ

jsm

କେନ୍ଦୁଝର : କେନ୍ଦୁପତ୍ର ବୋଝେଇ ଟ୍ରକ୍ ଜବତ । କେନ୍ଦୁଝର ସଦର ବନାଞ୍ଚଳ ଜାତୀୟ ରାଜପଥ ୪୯ ନଂ ସାନଘାଗରା ନିକଟରୁ ସୋମବାର ରାତିରେ ଏକ କେନ୍ଦୁପତ୍ର ବୋଝେଇ ଟ୍ରକ୍‌କୁ ବନ ବିଭାଗ ଜବତ କରିଛି ।

ସୂଚନାନୁଯାୟୀ, ଟ୍ରକଟି ଆଠମଲ୍ଲିକରୁ ପଶ୍ଚିମବଙ୍ଗ କେନ୍ଦୁପତ୍ର ବୋଝେଇ କରି ଚେରା ଚାଲାଣ କରୁଥିଲା । ବିଶ୍ଵସ୍ତ ସୂତ୍ରରୁ ବନ ବିଭାଗ ଖବର ପାଇ ଜୁଡ଼ିଆ ଘାଟିର ଅଞ୍ଜର ଫାଟକ ନିକଟରେ ରେଞ୍ଜର ବିଜୟ କୁମାର ମହାନ୍ତ ସଦଳବଳେ ଜଗି ରହିଥିଲେ । ଟ୍ରକରେ ୧୦ କୁଇଣ୍ଟାଲ କେନ୍ଦୁପତ୍ର ରହିଥିବା ଜଣାପଡିଛି । ଏହା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ୨ ଅଭିଯୁକ୍ତ ହେଲେ ବିଶୋଇ ଥାନ ଅଞ୍ଚଳର ମୋହନ ଚରଣ ମହାନ୍ତ ଓ ଯଶୋବନ୍ତ୍ର ମହାନ୍ତ । ଜବତ କେନ୍ଦୁପତ୍ରର ମୂଲ୍ୟ ଦେଢ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଚଢାଉ ସମୟରେ ଫରେଷ୍ଟର ପ୍ରଦୀପ ବାରିକ ଓ ଜୋର୍ତିମୟୀ ପଟ୍ଟନାୟକ ସାମିଲ ରହିଥିଲେ ।

Leave A Reply

Your email address will not be published.