csstore

ଲୋଇସିଂହା ବନ ବିଭାଗର ଚଢ଼ାଉ : ବିପୁଳ ପରିମାଣର ଖଇର କାଠ ଜବତ, ୨ ଗିରଫ

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଡିଏଫଓ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଲୋଇସିଂହା ବନ ବିଭାଗ ପକ୍ଷରୁ ଆଗଲପୁର ଥାନା ମହାକୁରପାଲି ଗ୍ରାମରେ ଆଜି ଭୋରରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଖଇର କାଠ ଜବତ କରାଯାଇଛି । ଏଥିସହିତ ଆଗଲପୁର ଥାନା ନୂଆପାଲି ଗ୍ରାମର ଜଗଦୀଶ ବଡ଼କା ଓ ଛତିଶଗଡ଼ ରାଜ୍ୟ ସାରଙ୍ଗଗଡ଼ ଜିଲ୍ଲାର ସୂର୍ଯ୍ୟ ପ୍ରକାଶ ନିସାଦଙ୍କୁ କାଠ ଚୋରା ଚାଲାଣ ଅଭିଯୋଗରେ ଗିରଫ କରାଯାଇଥିବା ଜଣାପଡିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ଭୋର ସାଢ଼େ ୩ଟାରେ ଲୋଇସିଂହା ଫରେଷ୍ଟ ରେଞ୍ଜ ଅଧୀନ ସାଲେଭଟା ସେକ୍ସନ୍‌ର ଫରେଷ୍ଟର ବିମ୍ବାଧର ବେହେରା, ଫରେଷ୍ଟ ଗାର୍ଡ ସଂଜୀବ କୁମାର ନାୟକ, ସମୀର ରଞ୍ଜନ ମହାପାତ୍ର, ରାଜକିଶୋର ଭୁଏ ସଦଳବଳେ ମହାକୁରପାଲି ଗ୍ରାମରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ପ୍ରାୟ ପ୍ରାୟ ୧୨ ଟନ୍‌ ଖଇର କାଠ ବୋଝେଇ ହୋଇଥିବା ଏକ ବାର ଚକିଆ ଟ୍ରକ୍‌କୁ ବନ ବିଭାଗ ଜବତ କରିଛି । ଏଥିସହିତ ଗିରଫ ଅଭିଯୁକ୍ତମାନଙ୍କ ଠାରୁ ତିନୋଟି ମୋବାଇଲ ଫୋନ୍‌ ମଧ୍ୟ ଜବତ କରାଯାଇଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି । ସ୍ଥାନୀୟ ସଂରକ୍ଷିତ ଜଙ୍ଗଲ ଉପରେ ଆନ୍ତଃରାଜ୍ୟ କାଠ ମାଫିଆଙ୍କ ଲୋଳୁପ ଦୃଷ୍ଟି ପଡ଼ି ସାରିଥିବାରୁ ବନ ବିଭାଗ ପକ୍ଷରୁ କଡାକଡି ପେଟ୍ରୋଲିଂ କରାଯିବା ସକାଶେ ଦାବୀ ହେଉଛି ।

jayashree
Leave A Reply

Your email address will not be published.