
- ନିଜେ ରକ୍ତ ଦେଲେ ବିଧାୟକ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ଜିଲ୍ଲା ଯାଦବ ମହାସଭା ବଲାଙ୍ଗିରଙ୍କ ଆହ୍ୱାନକ୍ରମେ ମୁରିବାହାଲ ବ୍ଲକର ସମସ୍ତ ଯାଦବ ବନ୍ଧୁମାନଙ୍କ ସହଯୋଗରେ ମଙ୍ଗଳବାର ଦିନ ୧୦ ଘଣ୍ଟା ସମୟରେ ଗିରିଗୋବର୍ଦ୍ଧନ ପୂଜା ମଣ୍ଡପ ଚତୁଃପାଶ୍ୱର୍ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରେ ଦିବା ୧୧ଘଣ୍ଟା ସମୟରେ ମୁରିବାହାଲ କଲ୍ୟାଣ ମଣ୍ଡପଠାରେ ଯାଦବ ସମାଜ ତରଫରୁ ସାମୁହିକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଉଭୟ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯାଦବ ମହାସଭାର ସଭାପତି ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ମୁରିବାହାଲ ବ୍ଲକ ବିଧାୟକଙ୍କ ପ୍ରତିନିଧି ତଥା ମୁରିବାହାଲ ଯାଦବ ସମାଜର ସଭାପତି ଗଙ୍ଗାଧର ହେର୍ଣ୍ଣା, ମୁରିବାହଲ ବ୍ଲକ ଯାଦବ ସମାଜ ସମ୍ପାଦକ ତରୁଣ ପୋଢ଼, ମୁରିବାହାଲ ବ୍ଲକ ଯାଦବ ସମାଜର କୋଷାଧ୍ୟକ୍ଷ ଶ୍ରୀପତି ଷାଣ୍ଢ, ଉପଦେଷ୍ଟା ମଧୁସୂଦନ ନାଗ ଯାଦବ, ତେଜୁରାମ ବାଗ, ପ୍ରଦୀପ ବଚ୍ଛା, ଯୁଧିଷ୍ଠିର ଭରାସଗରିଆ, ମୀନକେତନ ବଗର୍ତ୍ତୀ, ତହସିଲ ନାଗ, ସରୋଜ ବାଗ, ସୁବାଷ ପୋଢ଼ , ଇନ୍ଦ୍ରମଣି ବାଗ, ହୃଦାନନ୍ଦ ବାଗ ପ୍ରମୁଖ ଯୋଗ ଦେଇଥିଲେ । ରକ୍ତଦାନ ଶିବିରରେ ସମୁଦାୟ ୩୦ୟୁନିଟ ରକ୍ତସଂଗ୍ରହ ହୋଇଥିବା ବେଳେ କଣ୍ଟାବାଞ୍ଜି ରକ୍ତଭଣ୍ଡାରର ସମସ୍ତ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ । କାର୍ଯ୍ୟକ୍ରମ ଦ୍ୱୟକୁ ସୁଧାଂଶୁ ପୋଢ଼ ଯାଦବ, ଦନାର୍ଦ୍ଦନ ବଗର୍ତ୍ତୀ, କରଣ ଜାଲ , ଦୈତାରୀ ହାତୀ, ବଜରଙ୍ଗ ସାଣ୍ଡ, ମନୁ ହଂସ, ଦେବାର୍ଚ୍ଚନ ଥପା ,ମାନପତି ଷ।ଣ୍ଢ, ଅନାର୍ୟ ହଂସ, ରୋହନ ବନଛୋର, ହିମାଂଶୁ ଜାଲ, କେଡୁ ରତେଇ, ଆକାଶ ମହାକୁର, ଚମ୍ପେଶ୍ୱର୍ ହଂସ ପ୍ରମୁଖ ସହଯୋଗ କରିଥିଲେ ।