csstore

ଆଇଆର୍‌ଇଏଲ୍‌ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟସ୍ଥ ମାଟିଖାଲ ଠାରେ ଥିବା ଭାରତ ସରକାରଙ୍କ ଏକ ପ୍ରତିଷ୍ଠାନ ଭାରତୀୟ ବିରଳ ମୂର୍ତ୍ତିକା ଆଇଆର୍‌ଇଏଲ୍‌(ଇଣ୍ଡିଆ) ଆନୁକୂଲ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ପ୍ଲାଣ୍ଟ ପରିସରରେ ୭୫ ତମ ସ୍ୱାଧୀନତା ଦିବସ ମହାଆଡମ୍ବର ସହକାରେ କୋଭିଡ଼ ଗାଇଡ଼୍‌ଲାଇନ୍‌ ପାଳନ ଅନୁସାରେ ପାଳିତ ହୋଇଯାଇଛି । ମୁଖ୍ୟ ସାଧାରଣ ପରିଚାଳକ ତଥା ଓସ୍‌କମ୍ ମୁଖ୍ୟ ଏଜେ ଜନାର୍ଥନାନ୍ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ ଏବଂ କମ୍ପାନୀ ପରିସରରେ କାର୍ଯ୍ୟରତ ସମସ୍ତ କର୍ମଚାରୀ, ସବୁ ବର୍ଗର ଅଧିକାରୀ, ପ୍ଲାଣ୍ଟଏରିଆ ଅନ୍ତେବାସୀଙ୍କୁ ଅଭିନନ୍ଦନ ଜ୍ଞାପନକରି ଦେଶମାତୃକାର ଗାଥାକୁ ସମ୍ବୋଧନକରି ପ୍ରତିଷ୍ଠାନର ଉଜ୍ୱଳମୟ ଦିଗରେ ସମସ୍ତଙ୍କର ଭୂମିକା ନିଷ୍ଠାପର ଭାବେ ହେବା ଆବଶ୍ୟକ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରତିଷ୍ଠାନର ମହିଳା ସମାଜ କଲ୍ୟାଣ କେନ୍ଦ୍ରର ସଭାନେତ୍ରୀ ରାମଲଷ୍ମୀ ଜନାର୍ଥନାନ୍, ଡିଜିଏମ୍ ଗୋତି କୃଷ୍ଣ ନାୟକ, ପ୍ରମୁଖ ପ୍ଲାଣ୍ଟ କର୍ତ୍ତୃପକ୍ଷ, ବିଭିନ୍ନ ବର୍ଗର ପଦାଧିକାରୀ, କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.