jsm

ଆମ୍ ଆଦମୀ ପାର୍ଟି ତରଫରୁ ପବିତ୍ର ହୋଲି ପର୍ବ ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଆମ୍ ଆଦମୀ ପାର୍ଟି ତରଫରୁ ପବିତ୍ର ହୋଲି ପର୍ବ ବଲାଙ୍ଗିର ଟାଉନରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସବୁ ଜନସାଧରଣଙ୍କ ସହ ମିଶି ଭାଈ ଭଉଣୀ ସାଙ୍ଗ ସାଥି ଗୁରୁଜନ୍ ଭାବି ହୋଲି ଖେଳକୁ ଉପଭୋଗ କରାଯାଇଛି । ଆମ୍ ଆଦମୀ ପାର୍ଟିର ଜିଲ୍ଲା ଆବାହକ ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ, ଆମ୍ ଆଦମୀ ପାର୍ଟିର ୧୬ ନମ୍ବର୍ ୱାର୍ଡର କାଉନସିଲର ପ୍ରାର୍ଥିନୀ ରିହନା ବେଗମ୍, ପାର୍ଟିର ସଦାଶିବ ମେହେର, ଜିତେନ୍ଦ୍ର ଗଡତିଆ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ମିଶି ସମସ୍ତ ଜନସାଧାରଣଙ୍କୁ ରଂଗ ଖେଳରେ ହସ ଖୁସିରେ ରଂଗ ଲାଗାଇଥିଲେ । ପବିତ୍ର ହୋଲି ପର୍ବକୁ ସମ୍ମାନ ଦେଇ ଆମ୍ ଆଦମୀ ପାର୍ଟି ତରଫରୁ ଭଗବାନଙ୍କ ଠାରେ ଲୋକଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରାଯାଇଥିଲା ।

yuvodaya
Leave A Reply

Your email address will not be published.