pakka

ଅନ୍ ଗୋଇଙ୍ଗ୍ କ୍ଷେତ ପୋଖରୀର ବକେୟା ବିଲ୍ ପାଇବାକୁ ହିତାଧିକାରୀଙ୍କ ଜିଲ୍ଲାପାଳଙ୍କୁ ଫେରାଦ୍

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତର ହିତାଧିକାରୀମାନେ ଗତ ବର୍ଷେ ହେଲାଣି ରାଜ୍ୟ ସରକାରଙ୍କ ଜଳ ବିଭାଜିକା ତଥା ମୃତ୍ତିକା ସଂରକ୍ଷଣ ବିଭାଗରୁ କ୍ଷେତ ପୋଖରୀ ଖନନ କାର୍ଯ୍ୟ ସଂପୂର୍ଣ୍ଣ କରି ଏ ଯାଏଁ ସେମାନଙ୍କ ବକେୟା ବିଲ୍ ପାଉନାହାନ୍ତି । ଗତ ଅକ୍ଟୋବର ମାସରୁ ଦୀର୍ଘ ଛଅ ମାସ ହେଲାଣି ସଂପୃକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଆପତ୍ତି ଅଭିଯୋଗ ପରେ ହଇରାଣ ହେବା ଛଡା କିଛି ଫଳ ମିଳିନଥିବାରୁ ଏବଂ ସଂପୃକ୍ତ ଗାଇସିଲେଟ ପିଇଓ ଗୋପାଳ ଦାସ ଲାଞ୍ଚ ମାଗିବାରୁ ହିତାଧିକାରୀ ନ ଦେବାରୁ ତାଙ୍କ ବକେୟା ବିଲ୍ ଠପ୍ ହୋଇ ରହିଛି ବୋଲି ଜିଲ୍ଲାପାଳଙ୍କଠାରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଏବଂ ସେମାନଙ୍କ ପୁରୁଣା ପ୍ରକଳ୍ପର ବକେୟା ପ୍ରାପ୍ୟ ପୈଠ ନ କଲା ଯାଏ ନୂତନ ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ ରୂପେ ସ୍ଥଗିତ ରଖିବାକୁ ଦୃଢ ଦାବୀ ରଖିଛନ୍ତି । ଏଥି ସହିତ ସଂପୃକ୍ତ ଦାସ ଗାଇସିଲେଟର ବିଭିନ୍ନ ପଞ୍ଚାୟତରୁ ଲୋକଙ୍କଠାରୁ ଟଙ୍କା ଆଦାୟ କରି ଆର୍ଥିକ ବର୍ଷ ୨୦୨୩/୨୪ ପାଇଁ ନୂଆ ପ୍ରକଳ୍ପ ଅନୁମୋଦନ କରିଥିବାର ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ପରେ ହିତାଧିକାରୀଗଣ ଜିଲ୍ଲା ଜଳ ବିଭାଜିକା ପିଡିଙ୍କୁ ଭେଟିବା ପାଇଁ କାର୍ଯ୍ୟାଳୟ ଯାଇଥିଲେ କିନ୍ତୁ ମହାଶୟଙ୍କ ଅଫିସ୍‌ରେ ତାଲା ଝୁଲୁଥିବାର ଦେଖି ହତୋତ୍ସାହିତ ହୋଇଥିଲେ । ମହେନ୍ଦ୍ର ସାହୁ, ମହାଦେବ ସାହୁ, ଗଜପତି ସାହୁ, ରସିକ ସାହୁ, ରୋହିତ ସାହୁ, ସୁନିଲ ସାହୁ, ସୁବାସନ ସାହୁ, ରଥି ସାହୁ, ରାଧାକାନ୍ତ ପଟେଲ, ହରି ସାହୁ, ସୁଶାନ୍ତ ସାହୁ, ବିରେନ୍ଦ୍ର ସାହୁ, ହରି ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

15 + six =