ହୀରାକୁଦ : ରାଜ୍ୟରେ ଲଘୁଚାପ ଜନିତ ବର୍ଷା କାରଣରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହା ମଧ୍ୟରେ ପୂର୍ବରୁ ହୀରାକୁଦ ଜଳଭଣ୍ଡାର ୫ଟି ଗେଟ୍ ଖୋଲା ଯାଇ ବନ୍ୟା ଜଳ ନିଷ୍କାସନ ହେଉଥିଲା । ଆଜି ପୁଣି ହୀରାକୁଦ ଡ୍ୟାମ୍ର ଆଉ ୩ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ମୋଟ ୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି ।
ବାମ ପଟରୁ ୫ଟି ଓ ଡାହାଣ ପଟରୁ ୩ଟି ଗେଟ୍ ଖୋଲା ଯାଇଛି । ବର୍ତ୍ତମାନ ଜଳସ୍ତର ୬୧୪.୫୬ ଫୁଟ ରହିଛି । ଡ୍ୟାମ ମଧ୍ୟକୁ ୧ଲକ୍ଷ ୩୨ ହଜାର ୮୨୬ କ୍ୟୁସେକ ଜଳ ପ୍ରବେଶ କରୁଛି ।
Prev Post
ଉଦାହରଣ ସୃଷ୍ଟି କଲେ ସ୍ୱେଚ୍ଛାସେବୀ : ରାସ୍ତାରେ ହୋଇଥିବା ବିରାଟ ଗର୍ତ୍ତକୁ ନିଜେ ମରାମତି କରି ବନ୍ଦ୍ କଲେ
Next Post