pakka

ଭାଇବୋହୂ ଓ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଦେଢ଼ଶୁର

bbehera

ସମ୍ବଲପୁର : ପାରିବାରିକ କଳହର ଉଗ୍ର ରୂପ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଦଲକିବାହାଲ ଗାଁରେ । ଦେଢ଼ଶୁର ଲୋଚନ ପିଙ୍ଗ ସାନଭାଇର ଘରେ ପଶି ନିଜର ଭାଇବୋହୂ ଓ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ପୂର୍ଣ୍ଣିମା ପିଙ୍ଗ୍ ଓ ତାଙ୍କ ଦେଢ଼ ବର୍ଷର ପୁଅ ୟେଂଶୁ ପିଙ୍ଗ୍‌ । ଲୋଚନ ପିଙ୍ଗ୍‌ ଉଭୟଙ୍କୁ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ହତ୍ୟାକାଣ୍ଡ ସଂପର୍କରେ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଅଭିଯୁକ୍ତ ଲୋଚନକୁ ଅଟକ ରଖି ପଚରାଉଚରା କରୁଛି ।

jay balangir
Leave A Reply

Your email address will not be published.

14 − 14 =