ବାପାଙ୍କୁ ତଣ୍ଟି କାଟି ହତ୍ୟା କଲା ପୁଅ : ପୋଲିସର ଛାନ୍‌ ଭିନ୍‌ ଜାରି

ଢେଙ୍କାନାଳ, (ତାପସ ଦାସ) : ବାପାଙ୍କୁ ହତ୍ୟା କଲା ପୁଅ । ହତ୍ୟା ପରେ ମୃତ ଦେହକୁ ପୋଡି ଦେବା ପାଇଁ ଯୋଜନା କରୁଥିବା ସମୟରେ ଘଟଣା ସ୍ଥଳରେ ପହଂଚିଲା ଟାଉନ ଥାନା ପୋଲିସ । ସୂଚନା ଅନୁସାରେ ଜାଗାବାଡି ବିବାଦକୁ ନେଇ ପୁଅ ବାପର ତଣ୍ଟି କାଟି ହତ୍ୟା କରିଛି । ଟାଉନ ଥାନା ଅନ୍ତର୍ଗତ କୋରିଆଯୁଆଙ୍ଗ ବସ୍ତି କାଳିସାହି ନିକଟରେ ଘଟିଛି ଏହି ଅଘଟଣ । ମୃତକ ହେଲେ ତ୍ରିଲୋଚନ ପ୍ରଧାନ । ପୂର୍ବରୁ ଜାଗାବାଡି ପାଇଁ ବାପ ପୁଅ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା । ଗତକାଲି ରାତିର ଏଭଳି ନୃସଂଶ ଘଟଣା ଘଟାଇଛି ନିଜ ପୁଅ । ଘଟଣାରେ ଦୁଇ ଜଣକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଟାଉନ ଥାନା ପୋଲିସ ।

Leave A Reply

Your email address will not be published.