jayashree

ବୀଭତ୍ସ ହତ୍ୟାକାଣ୍ଡ, ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ପାହାଳ ଥାନା ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ । ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା । ଅନନ୍ତପୁର ପେଟ୍ରୋଲ ଟାଙ୍କି ସମ୍ମୁଖ କେନାଲ ବନ୍ଧ ପାଖରେ ପଡ଼ିଛି ଯୁବକଙ୍କ କ୍ଷତବିକ୍ଷତ ମୃତଦେହ । ମୃତଦେହ ନିକଟରେ ପଡ଼ିଛି ଏକ ବାଇକ୍ । ମୃତଦେହ ଦେଖି ସ୍ଥାନୀୟ ଲୋକ ପୁଲିସ୍‌କୁ ସୂଚନା ଦେଇଥିଲେ । କେହି ହତ୍ୟା କରି ପକାଇଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିଥିବା ସୂଚନା ଅନୁସାରେ ମୃତକ ଯୁବକ ଜଣକ ନିକଟ ଅନନ୍ତପୁର ଗାଁର ଜଗା ବେହେରା । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତ ଯୁବକଙ୍କ ମାଆ ପୁଅକୁ ବାଡ଼େଇ ବାଡ଼େଇ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.