jayashree

ତିନି ଦିନ ହେବ ନାକେଦମ କରୁଛି ୩୦ ଟିକିଆ ହାତୀପଲ

ସଇଁତଲା, (ଖୁସିରାଣୀ ସାହୁ) : ସଇଁତଲା ଅଞ୍ଚଳରେ ଗତ ତିନି ଦିନ ହେବ ନାକେଦମ କରୁଛି ୩୦ ଟିକିଆ ହାତୀପଲ । କଳାହାଣ୍ଡି ଅଞ୍ଚଳରୁ ତେଲ ନଦୀ ପାର ହୋଇ ଏହି ହାତୀପଲ ସଇଁତଲା ବ୍ଲକର ଘୁନସର ଗାଁ ଅଞ୍ଚଳକୁ ପ୍ରବେଶ କରିଥିଲେ । ହାତୀପଲ ଗାଁ ନିକଟରେ ଘୂରି ବୁଲିବା ସହ ଚାଷ ଜମିରେ ପଶି ଅନେକ ଚାଷୀଙ୍କ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଏହାପରେ ଗୋଟିଏ ଦିନ ଧରି ଜାତୀୟ ରାଜପଥ ୨୬ ନିକଟ ମହଗାଁ ଅଞ୍ଚଳର ଏକ ନର୍ସରୀରେ ହାତୀପଲ ରହିଥିଲେ । ଗତ ରାତିରେ ପୁଣି ଲାନ୍ଥ ନଦୀ ପାର ହୋଇ ସଇଁତଲା ରେଞ୍ଜର ବାଦିପଡ଼ା ଗାଁ ନିକଟସ୍ଥ ଏକ ଛୋଟ ଜଙ୍ଗଲରେ ହାତୀପଲ ପ୍ରବେଶ କରିଛନ୍ତି । ହାତୀଙ୍କ ଗତିବିଧି ଯୋଗୁଁ ଆଖପାଖ ଗାଁର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ହାତୀପଲକୁ ଜନବସତିଠାରୁ ଦୂରେଇବା ପାଇଁ ସଇଁତଲା ରେଞ୍ଜର ଅନେକ ବନ କର୍ମଚାରୀ ଲଗାତାର ପ୍ରୟାସ ଜାରି ରଖିଛନ୍ତି । ରାତି ତମାମ ବିଭିନ୍ନ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । ହାତୀ ଥିବା ଅଞ୍ଚଳକୁ ନଯିବା ଏବଂ ରାତିରେ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ଲୋକଙ୍କୁ କୁହାଯାଉଛି । ସଇଁତଲା ରେଞ୍ଜର ଠଣ ସୁନ୍ଦର ଧରୁଆଙ୍କ କହିବା ଅନୁସାରେ, ହାତୀପଲର ଗତିବିଧି ଉପରେ ବନ ବିଭାଗ ନଜର ରଖିଛି ଏବଂ ଲୋକଙ୍କ ସୁରକ୍ଷା ପାଇଁ କର୍ମଚାରୀମାନେ ନିୟୋଜିତ ଅଛନ୍ତି ।

Leave A Reply

Your email address will not be published.