pakka

ଘୁଷୁରାମୁଣ୍ଡାରେ ହାତୀ ଉପଦ୍ରବ

kalikesh

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବନାଞ୍ଚଳରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଚରମ ସୀମାରେ ପହଂଚିଛି । ସ୍ଥାନୀୟ ବୁର୍ଡ।, ବାଦୀବାହାଲ, ଯୋଗୀସର୍ଡ।, କଦଳିପାଲି, ଭାଲୁପାଲି ଗ୍ରାମରେ ଗତ ସପ୍ତାହକ ମଧ୍ୟରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିବା ସହିତ ଗତ ମାସ ୨୯ ତାରିଖରେ ଭାଲୁପାଲି ଗ୍ରାମ ନିକଟରେ ଜଣକୁ ଦଳି ଚକଟି ମାରି ଦେଇଥିଲେ । ପରେ ହାତୀପଲ ନିକଟସ୍ଥ ରମାଇ ପାହାଡ଼ ଅଞ୍ଚଳକୁ ଚାଲି ଯାଇଥିଲେ । ତେବେ ମଣିଷ ମାରିବା ସହିତ ଫସଲ କ୍ଷୟକ୍ଷତି ହେବା ଯୋଗୁଁ ସ୍ଥାନୀୟ ଲୋକେ ହାତୀ ଉପରେ ଆକ୍ରୋଶ ରଖିଥିବା ଜଣାଯାଇଛି । ବଲାଙ୍ଗିର-ସୋନପୁର ସୀମାନ୍ତ ରମାଇ ପାହାଡ଼ ନିକଟରେ ଥିବା ଡୁମେରଖୋଲ ଅଞ୍ଚଳରେ ଗୋଟିଏରୁ ଅଧିକ ହାତୀକୁ ସ୍ଥାନୀୟ ଲୋକେ ମାରି ପୋତି ଦେଇଥିବା ଲୋକଙ୍କ ମୁହଁରୁ ଶୁଣାଯାଉଛି । ତେବେ ବନ ବିଭାଗ ନିକଟରେ ଏ ନେଇ କୌଣସି ଖବର ନ ଥିବା ଜଣାଯାଇଛି । ମଙ୍ଗଳବାର ରାତିରେ ହାତୀପଲ ପୁଣି ବୁଢ଼ୀପଦର ପଂଚାୟତର ଘୁଷୁରାମୁଣ୍ଡା ଗ୍ରାମରେ ପହଞ୍ଚି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ଗ୍ରାମର କୃପାସାଗର ସାହୁଙ୍କ ପ୍ରାୟ ୨ ଶହରୁ ଅଧିକ ପ୍ୟାକେଟ ଧାନ ଖରି ଖାଇଥିବା ବେଳେ ପରମାନନ୍ଦ ସାହୁ, ନରୋତ୍ତମ ସାହୁ, ନବୀନ ସାହୁ, ବିନୋଦ ସାହୁ, ରଜନୀକାନ୍ତ ସାହୁଙ୍କ ଧାନ ଖାଇଥିବା ଜଣାଯାଇଛି । ହାତୀ ଉପଦ୍ରବ ରୋକିବା ଦିଗରେ ଜଙ୍ଗଲ ବିଭାଗ ପକ୍ଷରୁ କୌଣସି ଦୀର୍ଘସ୍ଥାୟୀ ପଦକ୍ଷେପ ନେଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ହାତୀ-ମଣିଷ ଲଢେଇରେ ଆହୁରି ଅନେକ ଧନ ଜୀବନ ଓ ଫସଲ ହାନୀ ହେବା ସହିତ ହାତୀ ଭଳି ଜଙ୍ଗଲୀ ପଶୁ ମଧ୍ୟ ବଳି ପଡିବାର ସମ୍ଭାବନା ଥିବାରୁ ବନ ବିଭାଗ ବିହିତ ପଦକ୍ଷେପ ନେବାକୁ ଦାବୀ ହେଉଛି ।

pp
Leave A Reply

Your email address will not be published.

five × 2 =