csstore

ତାଲିମ ଶିବିର ଆୟୋଜିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକର ସଭାଗୃହ ପରିସରରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଆନୁକୂଲ୍ୟରେ ସ୍ୱଚ୍ଛ ଗ୍ରାମ ଓ ସବୁଜ ଗ୍ରାମ ବିଷୟକୁ ନେଇ ଏକ ତାଲିମ ଶିବିର ଆୟୋଜିତ ହୋଇଥିଲା । ତାଲିମ ଅବସରରେ ଆୟୋଜିତ ଉଦ୍‌ଘାଟନ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ବଲାଙ୍ଗିର ଜିଲ୍ଲା ଜଙ୍ଗଲ ଅଧିକାରୀ ନିତିଶ କୁମାର ମହୋଦୟ, ସମ୍ମାନିତ ଅତିଥି ଭାବରେ ସାଇଟର ପୃଷ୍ଠପୋଷକ ଡା. ଶ୍ରୀକର ମିଶ୍ର, ନେହେରୁ ଯୁବ କେନ୍ଦ୍ରର ଉପନିର୍ଦ୍ଦେଶକ ବିମଲ ପେଟ୍ରିକସାହା, ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ଅଫିସର ହେମନ୍ତ କୁମାର ମଲ୍ଲିକ ଏବଂ ବୀଣାପାଣି ଶିକ୍ଷା ସୌଧର ଏମ୍‌ଡି ଅଶୋକ କୁମାର ମେହେର । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନେହେରୁ ଯୁବ ଅଫିସର ଏ.ଭି. ନରସିମ୍‌ହା । ଧନ୍ୟବାଦ ଅର୍ପଣ କରିଥିଲେ ଲେଖପାଳ ବିପିନ ବିହାରୀ ଜେନା । ତାଲିମ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ତାଲିମଦାତ୍ରୀ ସ୍ୱର୍ଣ୍ଣଲତା ମହାନ୍ତି, ଦୁଷ୍ମନ୍ତ ସାହୁ ଏବଂ ଅଶୋକ କୁମାର ମେହେର । ତାଲିମ ଶିବିରରେ ଯୋଗଦାନ କରିଥିଲେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଯୁବକ ସଂଘ ଓ ୟୁଥ କ୍ଲବର ପ୍ରାୟ ୮୦ ଜଣ ସଭ୍ୟ ।

jayashree
Leave A Reply

Your email address will not be published.