pakka

ପାଟଣା ରେଞ୍ଜରେ ହାତୀପଲ ଉପଦ୍ରବ

bbehera

ପାଟଣା : ପାଟଣା ରେଞ୍ଜରେ ହାତୀପଲଙ୍କ ଉପଦ୍ରବ । ସ୍ୱାମ ଖସାପିଟା ସାହିରେ ପଶି ଦୋକାନ ଘର ଭାଙ୍ଗିଲେ ହାତୀପଲ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ୧୭ ଟିକିଆ ହାତୀପଲଙ୍କ ଉପଦ୍ରବରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ବିଳମ୍ବିତ ରାତିରେ ହାତୀପଲ ସ୍ୱାମ ଖସାପିଟା ସାହିରେ ଗୋଲାପ ମୁଣ୍ଡାଙ୍କ ଦୋକାନ ଘର ଭାଙ୍ଗି ଆଳୁ ଡାଲି ସହ ଅନ୍ୟାନ୍ୟ ସାମଗ୍ରୀ ଖାଇ ନଷ୍ଟ କରିଛନ୍ତି । ଝାଟିପଡା ଗାଁ ନିକଟ ଜଙ୍ଗଲରେ ଡେରା ପକାଇଛନ୍ତି । ହାତୀପଲ ଗାଁ ନିକଟରେ ହାତୀପଲ ବୁଲୁଥୁବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସେପଟେ ବନ ବିଭାଗ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛି ।

jay balangir
Leave A Reply

Your email address will not be published.

3 − two =