ଶୁଳିଆ ଜଙ୍ଗଲ ହାତୀ ଏବେ ସହର ମୁଁହା : ନୟାଗଡ଼ ସହରରେ ପଶିଲା ଦନ୍ତା

ନୟାଗଡ଼ : ଶୁଳିଆ ଜଙ୍ଗଲ ହାତୀ ଏବେ ସହର ମୁଁହା । ଆଜି ସକାଳୁ ଜିଲ୍ଲାପାଳଙ୍କ ସରକାରୀ ବାସଭବନଠାରୁ କିଛି ଦୂରରେ ଦନ୍ତା ହାତୀଟି ସହର ଭିତରେ ଥିବା ରୂକ୍ଷୀ ପାହାଡ଼ ଉପରକୁ ଚଢ଼ିଯାଇଛି । ଖବର ପାଇ ବନକର୍ମଚାରୀ ପାହାଡ଼ ଉପରେ ଦନ୍ତାକୁ ଜଗିବସିଛନ୍ତି ।

ସୂଚନାରୁ ପ୍ରକାଶ, ନୟାଗଡ଼ ସହରଠାରୁ ଶୁଳିଆ ଜଙ୍ଗଲ ପ୍ରାୟ ୧୫ କିଲୋମିଟରର ରାସ୍ତା । ଏହି ଜଙ୍ଗଲରେ ପୂର୍ବରୁ ପ୍ରାୟ ୧୬ଟି ହାତୀ ରହୁଥିଲେ । ଶୀତଦିନ ବ୍ୟତୀତ ଏଠାର ହାତୀମାନେ ଗଞ୍ଜାମ ଜିଲ୍ଲା ଜଙ୍ଗଲକୁ ପଳାଇଯାଆନ୍ତି । ତେବେ, ଗୋଟିକିଆ ବଡ଼ ଦନ୍ତାହାତୀଟି କୌଣସି କାରଣରୁ ଗାଁ ମୁହାଁ ହୋଇ ନିକଟ ଭାଟସାହି ଗ୍ରାମ ଗହିରକୁ ଚାଲି ଆସିଛି । ସେଠାରେ ପାଣି ପିଇବା ପରେ ସକାଳ ହୋଇଯାଇଥିଲା । ହାତୀଟିକୁ କିଛି ଲୋକ ଦେଖି ଘଉଡ଼ାଇ ଦେବାରୁ ହାତୀ ଦିଗ ବଦଳାଇ ନୟାଗଡ଼ ସହର ଭିତରେ ଥିବା ରୂକ୍ଷୀ ପାହଡ଼ ଅଭିମୁଖେ ଚାଲି ଆସିଥିଲା । ପାହଡ଼ ତଳେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ମୁକ୍ତାପୁର ଗାଁ ଦେଇ ପାହାଡ଼ ଉପରକୁ ଉଠିଯାଇଛି ।

Leave A Reply

Your email address will not be published.

18 − 6 =

error: Content is protected !!