pakka

ହାଡ଼ଭଙ୍ଗା ଶୀତରେ ଥରୁଛି ଶିମିଳିପାଳ

bbehera

କରଞ୍ଜିଆ : ଶିମିଳିପାଳ ପାଦଦେଶରେ ଥିବା ଯଶୀପୁର, କରଞ୍ଜିଆ, ଠାକୁରମୁଣ୍ଡା, ରରୁଆଁ ଏବଂ ଶୁକୃଳୀ ବ୍ଳକରେ ଘନ କୁହୁଡ଼ି ସହ ଶୀତର ଲହରୀ ଜାରି । ଆଜି ଶିମିଳିପାଳ ଉପର ବାର୍ହା କାମୁଡ଼ାରେ ସର୍ବନିମ୍ନ ୨ ଡିଗ୍ରୀ, ଚହଲାରେ ୪ଡିଗ୍ରୀ, ନଅଣାରେ ୬ ଡିଗ୍ରୀ ଓ ଗୁରୁଗୁଡିଆଡିଠାରେ ୭ ଡିଗ୍ରୀ ସେଲସିୟସିସ୍ ତାପମାତ୍ରା ରେକର୍ଡ କରାଯାଇଛି । ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପ ନିର୍ଦ୍ଦେଶକ ଏନେଇ ସୂଚନା ଦେଇଛନ୍ତି । ଓଡ଼ିଶାରେ ଜାରି ରହିଛି ଶୀତ ପ୍ରକୋପ । ରାଜ୍ୟର ୧୧ରୁ ଅଧିକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀରୁ କମ୍ ରହିଛି ୨୦ ତାରିଖରୁ ଶୀତର ପ୍ରକୋପ ସାମାନ୍ୟ କମିପାରେ । ଆସନ୍ତା ୨୩ ଓ ୨୪ ତାରିଖରି ବେଳକୁ ଉତ୍ତର ଓ ପାର୍ଶ୍ଵବର୍ତ୍ତୀ ପଶ୍ଚିମ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ ।ଆଜି ଶିମିଳିପାଳ ଅଭୟାରଣ୍ୟର ଉପରବାର୍ହା କାମୁଡାରେ ସର୍ବନିମ୍ନ ୨ ଡିଗ୍ରୀ, ଚହଲା ୪ ଡିଗ୍ରୀ, ନଅଣା ୬ ଡିଗ୍ରୀ ଓ ଗୁରୁଗୁଡିଆଠାରେ ୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଏ ନେଇ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପ ନିର୍ଦ୍ଦେଶକ ସୂଚନା ଦେଇଥିବା ବେଳେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଗାଆଁ ଗଣ୍ଡାରେ ନିଆଁ ଜାଳି ବସିଥିବା ଦେଖିବାକୁ ମିଳିଛି ।

jay balangir
Leave A Reply

Your email address will not be published.

2 + 2 =

error: Content is protected !!