mahavir

ତୁରେକେଲାରେ ହିଟ୍ ଆଣ୍ଡ ରନ୍ : ଅଜଣା ଗାଡ଼ି ଧକ୍କାରେ ଶିକ୍ଷକ ଗୁରୁତର

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକରେ ଏକ ଗୁରୁତର ସଡ଼କ ଦୁର୍ଘଟଣା ଘଟିଛି । ବଡ଼ବାଙ୍କି ଓ ଚାରପାଣି ଗ୍ରାମ ମଧ୍ୟଭାଗରେ ଗୋଟିଏ ଗାଡ଼ି ବାଇକ୍‌କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଥିବା ଅଭିଯୋଗ ହେଉଛି । ଏହି ଦୁର୍ଘଟଣାରେ ବାଇକ୍ ଚାଳକ ଟଙ୍ଗାଧର ଛତ୍ରିଆ (୪୫) ଗୁରୁତର ଆହତ ହୋଇଛନ୍ତି । ସେ ନୂଆପଡ଼ା ଜିଲ୍ଲା କୋମନା ଅଞ୍ଚଳର ଡୁମେରବାହାଲ ଗ୍ରାମର ବାସିନ୍ଦା ଓ ପେଶାରେ ଜଣେ ଶିକ୍ଷକ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଟଙ୍ଗାଧର ଛତ୍ରିଆ ନିଜ ଗାଁରୁ ତୁରେକେଲା ବ୍ଲକର ବର୍ଲା ଗ୍ରାମକୁ ସମ୍ପର୍କୀୟ ଘରକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଧକ୍କା ଦେବା ପରେ ସେହି ଗାଡ଼ି ତୁରନ୍ତ ଘଟଣାସ୍ଥଳ ଛାଡ଼ି ପଳାଇଯାଇଥିଲା । ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଖରିଆର ମିଶନ ହସ୍ପିଟାଲକୁ ପଠାଇଥିଲେ । ତାଙ୍କର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।

Leave A Reply

Your email address will not be published.