mahavir

ଟିପିଡବ୍ଲୁଓଡିଏଲ୍ ବିରୋଧରେ ଡବ୍ଲୁଓବିଏସ୍‌ଏମ୍ ତରଫରୁ କର୍ମଚାରୀ ଛଟେଇ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିପିଡବ୍ଲୁଓଡିଏଲ୍‌ର ମନମୁଖି ଛଟେଇ ବିରୋଧରେ ୱେଷ୍ଟର୍ଣ୍ଣ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘ ତରଫରୁ ଆଜି ବଲାଙ୍ଗିର ସର୍କଲ୍‌ର ପ୍ରତ୍ୟେକ ସେକ୍ସନରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି । ସେହିପରି ସ୍ଥାନୀୟ ଆର୍‌ଇସି ସେକ୍ସନ୍ ପୁଇନ୍ତଲା କାର୍ଯ୍ରାଳୟ ସମ୍ମୁଖରେ ସାଂଗଠନିକ ସଂପାଦକ ପବିତ୍ର ଖୁଣ୍ଟିଆଙ୍କ ନେତୃତ୍ଵରେ ସମସ୍ତ କର୍ମଚାରୀ ଏହି ଆନ୍ଦୋଳନରେ ଅଧ ଘଣ୍ଟା କାଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ଜାରି ରହିବ ଏବଂ ଜନସାଧାରଣ ତଥା ବିଦ୍ୟୁତ ଉପଭୋକ୍ତା ମାନଙ୍କ କୌଣସି ଅସୁବିଧା ନ ହେବା ସକାଶେ ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ବିଦ୍ୟୁତ ସେବା ବଜାୟ ରଖିବା ପାଇଁ ସଂଘ ତରଫରୁ ଆହ୍ୱାନ ଦିଆଯାଇଛି । ଏବଂ ଜନସାଧାରଣଙ୍କ ହିତ ପାଇଁ ଆମର ବିକ୍ଷୋଭ ପ୍ରଦର୍ଶନକୁ ମାତ୍ର ଅଧଘଣ୍ଟା ପାଇଁ ସିମୀତ ରଖାଯାଇଛି । ଯେପରି ଜନସାଧାରଣଙ୍କ କୌଣସି ଅସୁବିଧା ନ ହୁଏ ସେବା ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେଣୁ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ସଂଘ ତରଫରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.