
ମୁରିବାହାଲ ଓ ଲଖନା ପଞ୍ଚାୟତସ୍ତରୀୟ ୨୮ତମ ଗିରିଗୋବର୍ଦ୍ଧନ ପୂଜା ଓ ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ଓ ଲଖନା ପଞ୍ଚାୟତସ୍ତରୀୟ ଯାଦବ ସମାଜ ପକ୍ଷରୁ ଗିରିଗୋବର୍ଦ୍ଧନ ପୂଜା ପାଇଁ ସମସ୍ତ ଗ୍ରାମରେ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ୨୮ତମ ଗିରିଗୋବର୍ଦ୍ଧନ ପୂଜା ଓ ଅଷ୍ଟପ୍ରହରୀ ନାମଯଜ୍ଞ ଅବସରରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କଳସ ଯାତ୍ରାରେ ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ ସାମିଲ ହୋଇ ହରିନାମ ସଂକୀର୍ତ୍ତନ ମାଧ୍ୟମରେ ପରିବେଶକୁ ଭକ୍ତିମୟ କରିଥିଲେ । ଚଳିତ ବର୍ଷ ଗିରିଗୋବର୍ଦ୍ଧନ ପୂଜାର କର୍ତ୍ତା ଭାବେ ପ୍ରଶାନ୍ତ ରତେଇ ଓ ତାଙ୍କ ପତ୍ନୀ ସୌଭାଗ୍ୟ ଦୀପ ଦାୟିତ୍ୱ ତୁଳାଇଥିବା ବେଳେ ଅଷ୍ଟପ୍ରହରୀ ନାମଯଜ୍ଞର କର୍ତ୍ତା ଭାବେ ତୁଳାରାମ ଭୋଇ ଓ ତାଙ୍କ ପତ୍ନୀ ତାରିଣୀ ଭୋଇ ଦାୟିତ୍ୱ ତୁଳାଇଥିଲେ । ପୂଜାର୍ଚ୍ଚନା କାର୍ଯ୍ୟ ପୂଜକ କାଶୀନାଥ ଦାଶ ଓ କୁଞ୍ଜବିହାରୀ ଯୋଶୀଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା । ଚଳିତ ବର୍ଷର ପୂଜା କମିଟିର ସଭାପତି ଭାବେ ମାନପତି ଷାଣ୍ଢ, ଉପସଭାପତି ଦେବର୍ଚନ ଥପା, କାର୍ଯ୍ୟକାରୀ ସଭାପତି ରାଜେଶ ହେର୍ଣ୍ଣା, ସାଧାରଣ ସମ୍ପାଦକ ଗିରିଧାରୀ ଛତ୍ରିଆ ଏବଂ କୋଷାଧ୍ୟକ୍ଷ ଦୈତାରୀ ହାତୀ ଦାୟିତ୍ୱରେ ରହିଛନ୍ତି । ସେହିପରି ପୂର୍ବତନ ସଭାପତି ସାମନ୍ତ ବାଗ, ଫାଲଗୁନି ହାତୀ ଓ ସୁଧାଂଶୁ ପୋଢ଼ ଯାଦବଙ୍କ ସହଯୋଗ ରହିଥିବା ବେଳେ ଉପଦେଷ୍ଟା ଭାବେ ଶ୍ରୀପତି ଷାଣ୍ଢ, ତରୁଣ ପୋଡ଼, ଗଙ୍ଗାଧର ହେର୍ଣ୍ଣା, ମଧୁସୂଦନ ନାଗ ଓ ଚକ୍ରଧର ହେର୍ଣ୍ଣା ଦାୟିତ୍ୱ ତୁଳାଉଛନ୍ତି । କମିଟିର ସଦସ୍ୟ ଜନାର୍ଦ୍ଦନ ବଗର୍ତ୍ତି, କରନ ଜାଲ, ରିତେଶ ଷାଣ୍ଢ, ଉଦିତ କଟା, ମନୁ ହଂସ, ରବୀନ୍ଦ୍ର ମହାକୁର ଓ ବଜରଙ୍ଗ ଷାଣ୍ଢଙ୍କ ସମେତ ଅନ୍ୟ ସଦସ୍ୟମାନେ ଏହି ଧାର୍ମିକ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ ।