ନୂଆପଡା : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଖଇରା ଆର୍ଆଇ ଅଫିସ ନିକଟସ୍ଥ ବୁଲାଣିରେ ବାଇକରେ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ବୋଡେ଼ନ ଡାକ୍ତରଖାନା ପଠାଯାଇଛି । ମିଳିଥିବା ସୂଚନା ଅନୁସାରେ ରୟାଧର ଦଳ ତାଙ୍କର ଜଣେ ସାଙ୍ଗ ସହ ଖଇରାରୁ ବାହାରି କୁଆଡେ ଯାଉଥିବାବେଳେ ବୁଲାଣିରେ ବାଇକ ଏକ ଗଛରେ ପିଟିହୋଇଥିଲା । ଫଳରେ ରୟାଧର ଦଳ (୩୬)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ପୋଲିସ ବାଇକ ଓ ଶବକୁ ଜବତ କରି ବୋଡେ଼ନକୁ ଶବ ବ୍ୟବଚ୍ଛେଦ ପାଇଁ ନେଇଯାଇଛି । ବୋଡେ଼ନ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।