csstore

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା ) : ଭାଲୁ ଆକ୍ରମଣରେ ଯୁବକ ଗୁରୁତର, ଜୟପାଟଣା ଫରେଷ୍ଟ ସେକ୍ସନ ଅଧୀନରେ ଥିବା ଉଛୁଳା ପଞ୍ଚାୟତ ପାଣ୍ଡରିପଖାନ ଗ୍ରାମର ଜଣେ ଯୁବକ ଲକ୍ଷ୍ମଣ ନାଏକ ଆଜି ପାହାନ୍ତାରୁ ଶୌଚ ପାଇଁ ଗାଁ ନିକଟସ୍ଥ ନାଳକୁ ଯାଉଥିବା ବେଳେ ପାଖ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଗାଁ ଆଡ଼କୁ ଆସିଥିବା ୨ ଭାଲୁ ହଠାତ୍‌ ଆକ୍ରମଣ କରିଥିଲେ । କୌଣସି ପ୍ରକାରେ ଭାଲୁ ହାବୁଡ଼ରୁ ଖସି ଆସିବା ପରେ ପରିବାର ଲୋକେ ଗୁରୁତର ଯୁବକଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଜଟିଳ ହେବାରୁ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି ସୂଚନା ମିଳିଛି ।

jayashree
Leave A Reply

Your email address will not be published.