om academy

ବଜ୍ରପାତରେ ତିନି ମୃତ : ଦୁଇ ଗୁରୁତର

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବଜ୍ରପାତରେ ତିନି ମୃତ, ଦୁଇ ଗୁରୁତର । ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ଦେୱାନଡ଼ିହି ଗ୍ରାମର ଘଟଣା । ମିଳିଥିବା ସୂଚନା ଅନୁସାରେ ଦେୱାନଡ଼ିହି ଗାଁର ପାଞ୍ଚ ଜଣ ପୁରୁଷ ଗାଁ ମୁଣ୍ଡ ବରଗଛ ମୂଳେ ବସି ଖଟି କରୁଥିଲେ । ହେଲେ ହଠାତ୍‌ ବର୍ଷା ଆସିଥିବା କାରଣରୁ ସେମାନେ ଘରକୁ ଯାଇ ପାରିନଥିଲେ । ବଜ୍ରପାତ କାରଣରୁ ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି । ମୃତକ ମାନେ ହେଲେ ସୁଖଦେବ ବନଛୋର, ନିରୋଜ କୁମ୍ଭାର, ଧନୁର୍ଯ୍ୟ ନାୟକ ଏବଂ ଆହତ ମାନେ ହେଲେ ମନିରାମ ଲୁହାର ଓ ବୃନ୍ଦା ସାହୁ ।

Leave A Reply

Your email address will not be published.