om academy

ପୋଲିଂ କର୍ମଚାରୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ : ୨ ଗୁରୁତର

jsm

କୁଚିଣ୍ଡା : ପୋଲିଂ ସାରି ଇଭିଏମ୍‌ ଓ ଭିଭିପାଟ ଧରି ଫେରିବା ବେଳେ ସମ୍ବଲପୁର ଜମନକିରା ଥାନା ବଡ଼ରମା ବୁଲାଣିଠାରେ କର୍ମଚାରୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୮ ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି । ତେବେ ଦୁଇ ଜଣ ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍‌ରେ ଥିବା ଇଭିଏମ୍‌, ଭିଭିପାଟ ଓ ଅନ୍ୟ ସରଞ୍ଜାମକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାପଡ଼ିଛି । କେଉଁ କାରଣରୁ ବସ୍‌ ଦୁର୍ଘଟଣାଗ୍ରସ୍ତ ହେଲା ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ ଘଟଣାର ତଦନ୍ତ କରୁଛି । ଶନିବାର କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ଭୋଟିଂ ହୋଇଥିବା ବେଳେ ଅନେକ ବୁଥ୍‌ରେ ମତଦାନ ବିଳମ୍ବିତ ହୋଇଥିଲା । ରାତି ୯ଟାରେ କର୍ମଚାରୀମାନେ ପୋଲିଂ ସାରି ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

Leave A Reply

Your email address will not be published.