om academy

କାଜୁ ତୋଟା ସଂପର୍କିତ ପୂର୍ବ ଶତ୍ରୁତାକୁ ନେଇ ଯୁବକକୁ ମାରଣାନ୍ତକ ଆକ୍ରମଣ : ୨ ଗିରଫ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କାଜୁ ତୋଟା ସଂପର୍କିତ ପୂର୍ବ ଶତ୍ରୁତାକୁ ନେଇ ଯୁବକକୁ ମାରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ ଗତକାଲି ବିଳମ୍ବିତ ରାତ୍ରିରେ ଛତ୍ରପୁର ଥାନାରେ ଏତଲା ଦିଆଯାଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଲେ ମହେଶ୍ୱର ପଲାଇ ଓ ଭାଗିରଥି ପଲାଇ । ଗତକାଲି ବିଳମ୍ବିତ ରାତିରେ ପୋଲିସ ଧରି ୨ ଜଣଙ୍କୁ ଗିରଫ କରାଯିବା ସାଂଗକୁ ରାତ୍ରି ୧୧ଟା ସମୟରେ ଜେଲ୍ ପଠାଯାଇଛି । ଆଜି ସେ ଦୁହିଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସରକାରୀ ଭାବେ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଏତଲା ପ୍ରକାରେ ଛତ୍ରପୁର ଥାନା ଅନ୍ତର୍ଗତ ପୋଟ୍ଟଲାମପୁର ଗ୍ରାମର ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ମାରଣାନ୍ତକ ଆକ୍ରମଣ କରି ଏକ ଲଟାବୁଦାରେ ପକାଇ ଦିଆଯାଇଥିଲା । ଦୁଇଜଣ ମହିଳା ଦେଖି ଗୁରୁତର ଆହଙ୍କ ଘରେ ଖବର ଦେଇଥିଲେ । ଯାହାକି, ପଙ୍କଜ୍ ତରାଇ (୪୨)ଙ୍କ ଲିଖିତ ଅଭିଯୋଗ କ୍ରମେ ମହେଶ୍ୱର ପଲାଇ ଓ ଭାଗିରଥି ପଲାଇ ଦୁଇଜଣ ଖଣ୍ଡାରେ ତାଙ୍କ ଭଣଜାଙ୍କୁ ଆକ୍ରମଣ କରିଥିବା କହିଥିଲେ । ଗୁରୁତର ଆହତ ଜଣକ ହେଲେ ପଙ୍କଜ ତରାଇଙ୍କ ଭଣଜା କେଶବ ନାହାକ ବୋଲି ଜଣାପଡିଛି । ସେ ଗୁରୁତର ଆହାତ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ନିର୍ଜନ ସ୍ଥାନରେ ପଡ଼ିଥିଲେ ବୋଲି କୁହାଯାଏ । ତାଙ୍କୁ ଗ୍ରାମର କିଛି ଲୋକଙ୍କ ଦ୍ଵାରା ଉଦ୍ଧାର କରାଯାଇଛ । କେଶବଙ୍କୁ ଗୁରୁତର ଆହାତ ଅବସ୍ଥାରେ ନିକଟସ୍ଥ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା କରାଯାଇ ବ୍ରହ୍ମପୁର ବଡ ମେଡ଼ିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ଵର ଏମ୍ସ-ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ସୂଚନା ଥାଉକି, ଏହି ମାରାଣନ୍ତକ ଆକ୍ରମଣଟି ଶନିବାର ଅପରାହ୍ନରେ ଘଟିଥିବା କୁହାଯାଏ । ଉଦ୍ଧାର ହୋଇଥିବା କେଶବ ନାହାକଙ୍କ ପରିବାର ବିଳମ୍ବିତ ରାତ୍ରୀରେ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ ଆରମ୍ଭ କରି ଛତ୍ରପୁର ଥାନା ଅଧିକାରୀ ନିରୋଦ କୁମାର ଦାସ୍ ତଥା ଥାନା କର୍ତ୍ତୃପକ୍ଷଙ୍କ ଏକ ଟିମ୍ ଦୁଇଜଣ ଦୃର୍ବୁତ୍ତଙ୍କୁ ଅଟକ ରଖିବା ପରେ ଗିରଫ କରିଛନ୍ତି । ଏହି ହତ୍ୟାକାଣ୍ଡ ପଛରେ ଗୋଟିଏ କାଜୁ ତୋଟାକୁ ନେଇ ପୂର୍ବ ଶତ୍ରୁତା ଲାଗି ରହିଥିଲା ବୋଲି ସାଧାରଣରେ କୁହାଯାଇଛି । ଘଟଣା ସମ୍ପର୍କରେ ଛତ୍ରପୁର ଥାନା ପକ୍ଷରୁ ତଦନ୍ତ ଜାରୀ ରହିଛି ।

Leave A Reply

Your email address will not be published.