pakka

ଭାଲୁ ଆକ୍ରମଣରେ ମହିଳା ଗୁରୁତର

bbehera

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଚୁଲାଭାଟ ଗାଁର ଜଣେ ମହିଳାଙ୍କୁ ଭାଲୁ ଆକ୍ରମଣ କରିବାରୁ ସେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଖବର ମିଛିଛି । ସୂଚନା ଅନୁଯାୟୀ ଚୁଲାଭାଟର କଥାବାଇ ରାଉତ ନାମକ ମହିଳା (୪୫) ସକାଳୁ ମହୁଲ ଗୋଟାଇବାକୁ ଯାଉଥିବା ସମୟରେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା । କଥାବାଇ ଚିତ୍କାର କରିବାରୁ ପାଖରେ ଥିବା ଲୋକମାନେ ଆସି ଭାଲୁ ଘଉଡ଼ାଇ ମହିଳାଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ପରିବାର ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଭାଲୁ ଆକ୍ରମଣ ଯୋଗୁ ତାଙ୍କ ପିଠି ଓ ଗୋଡ଼ରେ ଆଘାତ ଲାଗିଛି । ବର୍ତ୍ତମାନ ମହିଳାଙ୍କ ଚିକିତ୍ସା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାରି ରହିଛି ।

Leave A Reply

Your email address will not be published.

twenty − sixteen =