ହିନ୍ଦୀ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ର ଏକ ନିଚ୍ଛକ ପଲି କୋଳରେ ୧୯୯୦ ମସିହାରେ ଗଢି ଉଠିଥିବା କବି ପ୍ରସନ ପାଟ୍ଟଶାଣୀ ଉଚ୍ଚବିଦ୍ୟାଳୟ, ମୁନିନ୍ଦା ବହୁତ ଘାତ ପ୍ରତିଘାତ ମଧ୍ୟରେ ମୁଣ୍ଡ ଟେକି ପୁରୀ ଜିଲ୍ଲାରେ ତଥା ଓଡିଶାରେ ତାର ନାଁକୁ ବଜାଇ ରଖିଛି । ଏହି ବିଦ୍ୟାଳୟକୁ ଆଗକୁ ନେବା ପାଇଁ ବିଦ୍ୟାଳୟର କର୍ମଚାରୀମାନଙ୍କ ପରିଶ୍ରମ ଅତୁଳନୀୟ । ସେହି କର୍ମଚାରୀମାନଙ୍କ ମଧ୍ୟରୁ ପ୍ରଥମ କର୍ମଚାରୀ ରମେଶ ଚନ୍ଦ୍ର ପରିଡା ଯାହାଙ୍କ ସେବା ନିବୃତ ଗତ ତା ୩୦.୦୩.୨୦୨୪ ରିଖରେ ହୋଇଛି । ଏହି ଅବସରରେ ତା ୦୩.୦୪.୨୦୨୪ରିଖ ବୁଧବାର ଦିନ ଏକ ବର୍ଣ୍ଣ।ଢ୍ୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଯାଇଅଛି । ଏହି ଅବସରକାଳୀନ ସଭାରେ ପୁରୀ ଜିଲ୍ଲାର କୋଣ ଅନୁକୋଣରୁ ସହ ସହ ଶିକ୍ଷକ, ଶିକ୍ଷକନେତା, ଓ ଅବସର ନେଉଥିବା ହିନ୍ଦୀ ଶିକ୍ଷକ ରମେଶ ଚନ୍ଦ୍ର ପରିଡାଙ୍କୁ ଭଲପାଉଥିବା ଡେଲାଙ୍ଗ ବ୍ଲକ୍‌ର ସମସ୍ତ ସରକାରୀ ତଥା ଅନୁଦାନ ପ୍ରାପ୍ତ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଶିକ୍ଷକ କର୍ମଚାରୀ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ କର୍ମଚାରୀ ଯୋଗଦେଇ ଉପହାର ଓ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରେ ବିଦ୍ୟାଳୟର ପୁରାତନ ଓ ନୂତନ ଛାତ୍ରଛାତ୍ରୀମାନେ ବିଦାଇ ଶିକ୍ଷକଙ୍କ ଗୁଣଗାନ କରିଥିଲେ । ସହକର୍ମୀ ଶିକ୍ଷକମାନଙ୍କ ମଧରୁ, ମିହିର କୁମାର ପରିଡା, ବୈଜୟନ୍ତୀ ମାଳା, ହରିଚନ୍ଦନ, ସୂର୍ଯ୍ୟ ନାରାୟଣ ଜେନା ଅତୀତର ସ୍ମୃତିକୁ ମନେ ପକାଇ କୋହ ଭରା କଣ୍ଠରେ ବିଦାଇ ଶିକ୍ଷକଙ୍କ କର୍ମକୁ ପ୍ରଶଂସା କରିଥିଲେ । ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂ ଏଭଳି ଜଣେ କର୍ମଚାରୀଙ୍କୁ ପାଇ ମୋ ଶିକ୍ଷକ ଜୀବନ ଚରିତାର୍ଥ ହୋଇଛି ବୋଲି ନିଜ ଭାଷଣ ମାଧ୍ୟମରେ କହୁ କହୁ ଆଖିରୁ ଲୁହ ଘନେଇ ଆସିଯାଇଥିଲା । ଏହିଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରଞ୍ଜନ କୁମାର ଦାସ ରାଜ୍ୟ ସାଧାରଣ ସମ୍ପାଦକ ଓଏସ୍‌ଏସ୍‌ଟିଏ ମୁଖ୍ୟ ବକ୍ତା ପ୍ରକାଶ ଚନ୍ଦ୍ର ମହାନ୍ତି କୋଷାଧ୍ୟକ୍ଷ ଏସ୍‌ଟିିଏଫ୍‌ଆଇ, ମମତା ମିଶ୍ର ଏଡିଇଓ ପୁରୀ, ବିଭୁଦତ ନାୟକ ପୁରୀ ଜିଲ୍ଲା ଓଏସ୍‌ଏସ୍‌ଟିଏ, ବିଜୟ କୁମାର ବରାଳ ସଭାପତି ପୁରୀ ଜିଲ୍ଲା ଓଏସ୍‌ଏସ୍‌ଟିଏ, ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଶଶାଙ୍କ ଚୂଡ଼ାମଣି, କୃପାସିନ୍ଧୁ ବିଶ୍ୱାଳ ପୂର୍ବତନ ସମ୍ପାଦକ ଶିକ୍ଷପ୍ରଦୀପ ଓଏସ୍‌ଏସ୍‌ଟିଏ ତଥା ସାମ୍ବାଦିକ, ମିଟୁ ଚନ୍ଦ୍ର ସ୍ୱାଇଁ ସଭାପତି ଙଝଝଞଇ ଡେଲାଙ୍ଗ, ପ୍ରଶାନ୍ତ କୁମାର ମହାରଣା ପ୍ରଧାନ, ଶିକ୍ଷକ ଚନ୍ଦ୍ରଶେଖର ଦେବ ଉଚ୍ଚାବିଦ୍ୟାଲୟ, ହାକପଡା, ଯୋଗଦେଇ ବିଦାଇ ଶିକ୍ଷକଙ୍କ ଗୁଣଗାନ କରିବା ସହିତ ଶିକ୍ଷା ନୀତିର ବିଭିନ୍ନ ଦିଗ ପ୍ରତି ଆଲୋଚନା କରି ଶିକ୍ଷକଙ୍କ ସୁସ୍ଥ ନିରାମୟ ଜୀବନ କାମନା କରିଥିଲେ । ଏହି ସଭାରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ସ୍ଥାୟୀ ସଭାପତି ସବିତା ଦାଶ । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଅଜିତ ରାୟ ଗଣିତ ଶିକ୍ଷକ, ସୁଶୀଲ ମୁକୁଟ ମଣି, ଭ୍ରମର ବର ପ୍ରଧାନ, ସୁକାନ୍ତ ବିଶ୍ୱାଳ, ବିଚିତ୍ରା ନନ୍ଦ ଦଳାଇ, ଓ ପୁରାତନ ଛାତ୍ରଛାତ୍ରୀ ।

Leave A Reply

Your email address will not be published.

17 + eighteen =