pakka

ସଡ଼କ ଦୁର୍ଘଟଣାରେ ଛତ୍ରପୁରର ଟିବି ଚାମ୍ପିୟାନ ମୁନା ବେହେରା ଗୁରୁତର

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଅଧୀନରେ କାର୍ଯ୍ୟରତ ସ୍ଵାସ୍ଥ୍ୟ ଭିତ୍ତିକ ସ୍ୱେଚ୍ଛାସେବୀ ଟିବି-ଚାମ୍ପିୟାନ ମୁନା ବେହେରା ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିଛନ୍ତି । ସେ ଜଣେ ଯକ୍ଷ୍ମାରୋଗର ନିରାକରଣ ଦାୟିତ୍ଵରେ କାର୍ଯ୍ୟରତ ଅବା ଟିବି ଚାମ୍ପିୟନ୍ ଭାବେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଅଛନ୍ତି । ପାରିଶ୍ରମିକ ବାବଦରେ ତାଙ୍କୁ ମାତ୍ର ତିନି ହଜାର ଟଙ୍କା ଅଦ୍ୟାବଧି ପ୍ରାପ୍ୟ ରାଶି ପାଇ ନିଜ ପରିବାରର ଗୁଜୁରାଣ ମେଣ୍ଟାଇ ଆସୁଥିଲେ । ବୁଧବାର ପ୍ରତ୍ୟୁଷରେ ତାଙ୍କର ଏହି ସ୍ଵାସ୍ଥ୍ୟ ଭିତ୍ତିକ ସ୍ୱେଚ୍ଛାସେବୀ କାର୍ଯ୍ୟରେ ନିଜର ବାଇକ୍‌ରେ ଘରୁ ବାହାରି ଟାକିରିଆ-ବ୍ରହ୍ମପୁର ଯାଉଥିବା ବେଳେ କୌଣସି ଅସାବଧାନତା ବଶତଃ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କେହି ସହଯୋଗୀଙ୍କ ଦ୍ଵାରା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଇ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା । ବର୍ତ୍ତମାନ ତାଙ୍କର ଅବସ୍ଥା ନିୟନ୍ତ୍ରଣ ଥିବା ଡାକ୍ତରୀ ସୂତ୍ରରୁ ସୂଚନା ମିଳିଛି । ତାଙ୍କର ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ହୋଇଥିବା ଜଣାଯାଇଛି । ଅସ୍ତ୍ରୋପଚାର ପରେ ସୁଫଳ ମିଳିବ ବୋଲି ଆଶା କରାଯାଏ । ତାଙ୍କର ଆଶୁ-ଚିକିତ୍ସା ପାଇଁ ସରକାରୀସ୍ତରରୁ ଜରୁରୀ କାଳୀନ ସହାୟତା ମିଳିଲେ ଉପକୃତ ହେବେ ବୋଲି

jay balangir
Leave A Reply

Your email address will not be published.

7 − six =

error: Content is protected !!