pakka

ବାଇକ୍‌-ଟ୍ରକ ମଧ୍ୟରେ ଧକ୍କା : ୨ ଗୁରୁତର

bbehera

ପାଟଣା : ବାଇକ୍‌କୁ ଧକ୍କା ଦେଲା ଟ୍ରକ । କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ୪୯ ନମ୍ବର ରେଙ୍ଗାଳବେଡା ନିକଟରେ ସଡ଼କ ଦୁର୍ଘଟଣା । ଖବର ଅନୁଯାୟୀ ବାପା-ପୁଅ ଦୁଇ ଜଣ ବାଇକ୍‌ରେ କୌଣସି କାମରେ ଯାଉଥିଲେ । ଏହି ସମୟରେ ରେଙ୍ଗାଳବେଡା ନିକଟରେ ଏକ ଟ୍ରକ ସହିତ ଧକ୍କା ହୋଇଥିଲା । ଯାହାଫଳରେ ଗାଡିରେ ଥିବା ବାପା-ପୁଅ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ପରେ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣା ପଡିଛି । ଦୁଇ ଗୁରୁତର ଚିଲିଦା ଗ୍ରାମର ଲକ୍ଷ୍ମଣ ମହାନ୍ତ ଓ ଚନ୍ଦନ ମହାନ୍ତ ବୋଲି ଜଣାପଡିଛି ।

jay balangir
Leave A Reply

Your email address will not be published.

eleven − 10 =