pakka

ପିକ୍‌ଅପ୍‌ ଓଲଟି ୫୦ ଶ୍ରମିକ ଗୁରୁତର

bbehera

ଜୁନାଗଡ଼, (ଶୁଭେନ୍ଦୁ କୁମାର ପଣ୍ଡା) : ଜୁନାଗଡ଼ ଥାନା ଆଁଟି ଗାଁର ଶ୍ରମିକମାନେ ଗୋଲାମୁଣ୍ଡା ଥାନା ବୋରଗୁଡା ଗ୍ରାମକୁ ଧାନ ରୋଇବା ପାଇଁ ଯାଇଥିଲେ । ସେଠାରେ କାମ ସାରି ସନ୍ଧ୍ୟାରେ ଫେରିବା ସମୟରେ ଡୋକରିପଡା ନିକଟରେ ପିକ୍‌ଅପ୍‌ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ପ୍ରାୟ ପାଞ୍ଚ ଜଣ ଶ୍ରମିକଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ପୋଲିସ ଏବଂ ଅଗ୍ନିଶମ ବାହିନୀର ସହାୟତାରେ ଶ୍ରମିକମାନଙ୍କୁ ଧର୍ମଗଡ, ଜୁନାଗଡ଼ ଏବଂ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ।

jay balangir
Leave A Reply

Your email address will not be published.

ten + 14 =

error: Content is protected !!