om academy

ଥାନାରୁ ଅଭିଯୋଗ ଫେରସ୍ତ ନେବାକୁ ଧମକ୍‌ ଅଭିଯୋଗ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଥାନାରୁ ଅଭିଯୋଗ ଫେରସ୍ତ ନେବାକୁ ଧମକ୍‌ ଦିଆଯାଇଥିବା ସଂପର୍କରେ ପୁଇଁତଲା ଥାନା ଅନ୍ତର୍ଗତ ବିଲେଇସର୍ଡା ନିବାସୀ ଶାରଳା ଗଡ଼ତ୍ୟା ବଲାଙ୍ଗିର ଟାଉନ୍‌ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଶାରଳା କହିଛନ୍ତି ଯେ, ଗତ ୨୪ ତାରିଖ ଦିନ ତାଙ୍କ ଶ୍ୱଶୁର ମୋହନ ପଧାନଙ୍କୁ ବଲାଙ୍ଗିର ସହରର ଡେଲିମାର୍କେଟ ଓମ୍‌ ମିକ୍‌ଚର ଷ୍ଟଲ୍‌ ସମ୍ମୁଖରେ ଏକ ଏକ୍‌ଟିଭା ସ୍କୁଟି ନଂ.ଓଡ଼ି୦୩ସି୪୧୭୭ ଧକ୍କା ଦେଇଥିଲା । ଏଥିରେ ତାଙ୍କ ଶ୍ୱଶୁରଙ୍କ ଗୋଡ଼ ଭାଙ୍ଗି ଯାଇଥିଲା । ଏ ସଂପର୍କରେ ସେ ବଲାଙ୍ଗିର ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ । ଏହା ଭିତରେ ବୁଝାମଣା ସକାଶେ ସ୍କୁଟି ମାଲିକ ରାଧାରାଣୀପଡ଼ା ନିବାସୀ ସଂଜୟ ଅଗ୍ରୱାଲ ଶାରଳାଙ୍କୁ ଡାକିଥିଲେ । ତାଙ୍କ ପାଖକୁ ଯିବାରୁ ଅନ୍ୟମାନଙ୍କ ସହ ସେ ନିଜେ ସଂଜୟ ଅଗ୍ରୱାଲ ଶାରଳାଙ୍କୁ ମାର୍‌ପିଟ୍‌ କରିବା ସଂଗେ ସଂଗେ ତାଙ୍କୁ ଗାଳିଗୁଲଜ୍‌ କରିଥିବା ଶାରଳା ଅଭିଯୋଗ କରିଛନ୍ତି । ଏପରିକି ଥାନାରୁ ଅଭିଯୋଗ ଫେରସ୍ତ ନନେଲେ ଜୀବନରେ ମାରି ଦେବୁ ବୋଲି ଧମକ୍‌ ଦେଇଥିବା ଶାରଳା କହିଛନ୍ତି । ଏହି ଘଟଣାରେ ଉଚିତ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ଶାରଳା ।

Leave A Reply

Your email address will not be published.

1 × 4 =