ls

ପେଜ ପଡି ଯୁବତୀ ଗୁରୁତର

a12

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାତ ରାନ୍ଧୁଥିବା ବେଳେ ଗରମ ପେଜ ପଡି ସଇଁନ୍ତଳା ଥାନା ଘୁନସର ଗାଁର ଚତୁରୀ ମହାଲିଙ୍ଗ ନାମ୍ନୀ ଜଣେ ଯୁବତୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ସଇଁନ୍ତଳା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ସୂଚନା ଅନୁସାରେ ଚତୁରୀ ଗୁରୁବାର ସକାଳୁ ଭାତ ରାନ୍ଧୁଥିବା ସମୟରେ କୌଣସି କାରଣରୁ ତାଙ୍କ ଦେହରେ ଗରମ ପେଜ ପଡି ଦେହସାରା ପୋଡି ଯାଇଥିଲା । ବର୍ଣ୍ଣ ୟୁନିଟରେ ଭର୍ତ୍ତି କରି ତାଙ୍କର ଚିକିତ୍ସା କରାଯାଉଥିବା ସୂଚନା ମିଳିଛି ।

manabhanjan
Leave A Reply

Your email address will not be published.