ରୋଟାରୀ କ୍ଲବ ତରଫରୁ ଗୁରୁପୂଜନ ଉତ୍ସବ : ୪୮ ଜଣ ଗୁରୁଙ୍କୁ ସମ୍ବର୍ଦ୍ଧନା

ବ୍ରହପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ଗୁରୁ ଦିବସ ଅବସରରେ ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ଗୁରୁପୂଜନ ଉତ୍ସବ ପବିତ୍ର ଗୁରୁ ଦିବସ ଅବସରରେ ଆୟୋଜିତ ହୋଇଯାଇଛି । କ୍ଲବ ସଭାପତି ଡ଼ଃ. ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ ପରିଚାଳିତ ଉତ୍ସବରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରୁ ଚୟନ ଓ ନିମନ୍ତ୍ରିତ ୪୮ ଜଣ ଗୁରୁଙ୍କୁ ଉପଢ଼ୌକନ ଦେଇ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟଅତିଥି ରୂପେ ଯୋଗଦେଇ ଉଚ୍ଚ ଶିକ୍ଷା ବିଭାଗର ଦକ୍ଷିଣାଞ୍ଚଳ ଉପ-ନିର୍ଦ୍ଦେଶକ ଡ଼ଃ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ପ୍ରାଚୀନ ଶିକ୍ଷା ପ୍ରଣାଳୀ ଓ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ଉପରେ ତୁଳନାତ୍ମକ ତଥ୍ୟ ପ୍ରଦାନ କରି ବିଦେଶ ଶିକ୍ଷାକୁ ନାପସନ୍ଦ କରି ଛାତ୍ରଛାତ୍ରୀଙ୍କୁ ନିଜ ଦେଶର ଶିକ୍ଷା ଗ୍ରହଣ ପାଇଁ ସମସ୍ତ ଗୁରୁଜନ ମାନଙ୍କୁ ମାର୍ଗ ଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ବରିଷ୍ଠ ଗଣମାଧ୍ୟମ ବ୍ୟକ୍ତିତ୍ୱ ସୁନୀଲ ମୋହନ ପଟ୍ଟନାୟକ ନିଜ ଜୀବନରେ ତାଙ୍କର ଜଣେ ଶିକ୍ଷକଙ୍କ ବ୍ୟକ୍ତିତ୍ୱ ତାଙ୍କୁ ପରବର୍ତ୍ତୀ ଜୀବନକୁ ପ୍ରଭାବିତ କରିଥିବା ବିଷୟ ସ୍ମରଣ କରି ଶିକ୍ଷକ ବର୍ଗ ଜାତି ଗଠନ କରି ଓ ଉତ୍ତମ ମଣିଷ ସୃଷ୍ଟି କରନ୍ତୁ ବୋଲି ବକ୍ତବ୍ୟ ରଖିଥିଲେ । ରୋଟାରୀ ଜୋନ ୮ର ଜୋନାଲ୍ ଚେୟାରମ୍ୟାନ ଡ଼ଃ. ରଂଜିତ କୁମାର ପାଢୀ ବିଶିଷ୍ଟ ଅତିଥି ରୂପେ ଯୋଗଦେଇ ପିଲାମାନଙ୍କ ଜୀବନକୁ ଆଲୋକିତ କରିବା ପାଇଁ ଶିକ୍ଷକ ସମାଜର ଅବଦାନ ଓ ଆଗ୍ରହକୁ ପ୍ରଶଂସା କରିଥିଲେ । ସହ ପ୍ରାନ୍ତପାଳ ଝରଣା ପଣ୍ଡା ମଧ୍ୟ ବକ୍ତବ୍ୟ ରଖି ରୋଟାରୀ (ଇଷ୍ଟ)ର କାର୍ଯ୍ୟାଧାରକୁ ପ୍ରଶଂସା କରିଥିଲେ । କ୍ଲବର ଲିଟେରାସି ଚେୟାରମ୍ୟାନ କାମରାଜୂ ମହାରଣା ଉତ୍ସବରେ ବିବରଣୀ ପାଠ କରିଥିଲେ । ପୂର୍ବତନ ସଭାପତି ଡାକ୍ତର ସମ୍ବିତ ବେଗ୍ରାୟ ରୋଟାରୀର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ । ପୂର୍ବତନ ସଭାପତି ଅଜିତ ପୃଷ୍ଟି ରୋଟାରୀ (ଇଷ୍ଟ) ଦ୍ୱାରା଼ ପରିଚାଳିତ ହେଉଥିବା କୃତ୍ରିମ ଅଙ୍ଗ ପ୍ରଦାନ କାର୍ଯ୍ୟକ୍ରମ ଉପରେ ବକ୍ତବ୍ୟ ରଖିଥିଲେ । ଅସୀତ ଦତ୍ତ, ଡ଼ଃ ସରିତା ବେଗ୍ରାୟ ଓ ସୁମିତ ପଟ୍ଟନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଜୟନ୍ତ କିଶୋର ପାତ୍ର, ନାରସୁ ଜେନା, ଏସ. ଦୁର୍ଗା ରାଓ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରାମେଶ୍ୱରୀ ନନ୍ଦ କାର୍ଯ୍ୟକ୍ରମ ସଂଜଯୋନା କରିଥିଲେ । ଶେଷରେ ସମ୍ପାଦକ ଅଶ୍ୱିନୀ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.