ପାଟଣାଗଡ଼ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ

  • ଗୁରୁଙ୍କୁ ନ ମଣି ବ ନର ଗୁରୁ ହିଁ ସାକ୍ଷାତ ଈଶ୍ଵର : ବିଧାୟକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ସ୍ତରୀୟ ଗୁରୁ ପୂଜନ ଉତ୍ସବ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଗୁରୁ ପୂଜନ ଉତ୍ସବରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସର୍ବ ପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗୁରୁ ଶିଷ୍ୟର ପରମ୍ପରା ଉପରେ ଆଲୋକପାତ କରିଥିଲେ । ଗୁରୁଙ୍କୁ ନ ମଣିବ ନର ଗୁରୁ ହିଁ ସାକ୍ଷାତେ ଈଶ୍ଵର ସଙ୍ଗେ ସମାନ ଏଣୁ ଆମେ ସମସ୍ତେ ଗୁରୁଙ୍କୁ ସଦା ସର୍ବଦା ଭକ୍ତି ପୂତ ଭାବେ ସମ୍ମାନ ଦେବା ଉଚିତ ବୋଲି କହିଥିଲେ । ଆୟୋଜିତ ଉତ୍ସବରେ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ସଦସ୍ୟ ଯୋଗ ଦେଇଥିବା ବେଳେ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.